ଦେଖନ୍ତୁ ଭିଡିଓ: ‘ଅନୁଭବଙ୍କ ବାପାଙ୍କ ଏକାଦଶାହକୁ ଆସିଥିଲି... ସେ ଆଶୀର୍ବାଦ କରନ୍ତୁ ତାଙ୍କ ପୁଅ ସହ ମୋ ବାହାଘର ହେଇଯାଉ’

 
Rani panda anubhav

ଗତ କିଛିଦିନ ତଳେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାପାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି ସେ ରୋଗାଗ୍ରସ୍ତ ରହିଥିବା ବେଳେ ଏବେ ତାଙ୍କର ଦେହାନ୍ତ ଅନୁଭବ ଏବଂ ତାଙ୍କ ପରିବାରରେ ଦୁଃଖର ଲହରୀ ଖେଳାଇ ଦେଇଛି। ତେବେ, ତାଙ୍କର ଏକଦଶାହରେ ଓଲିଉଡ଼ ଜଗତର ଅନେକ ଅଭିନେତା ଅଭିନେତ୍ରୀ ପ୍ରମୁଖ ସାମିଲ ହୋଇଥିଲେ।

Anubhab

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ଏହାରି ମଧ୍ୟରେ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଅନୁଭବଙ୍କର ଏହି ଦୁଃଖ ମୁହୂର୍ତ୍ତରେ ସାଥ ଦେବାପାଇଁ ସେଠାରେ ଉପସ୍ଥିତ ରହିଥିଲେ। ତେବେ, ଗଣମାଧ୍ୟମ ଆଗରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ବଢିଛି। ରାନୀ ଅନୁଭବ ବାପାଙ୍କ ଫୋଟୋରେ ଫୁଲ ଚଢାଇବା ସହିତ ତାଙ୍କ ପୁଅ ସହିତ ନିଜର କିପରି ଶୀଘ୍ର ବିବାହ ହୋଇଯାଉ ସେଥିନେଇ ଆଶୀର୍ବାଦ ମାଗିଥିବା କହିଛନ୍ତି।

Rani

ପୂର୍ବରୁ ମଧ୍ୟ ରାନୀ ଅନୁଭବଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି ଅନେକ ଥର କହି ସାରିଛନ୍ତି। ଏଥର ମଧ୍ୟ ସେ ଏହା ଖୋଲାଖୋଲି ଭାବରେ କହିବା ସହିତ ପ୍ରଥମ ଥର ଅନୁଭବଙ୍କୁ ସାମ୍ନାରେ ଦେଖି ବହୁତ ଖୁସି ବୋଲି ଜଣାଇଛନ୍ତି। ଗୋଟିଏ ପଟେ ଏହା ଅନୁଭବଙ୍କ ପରିବାର ପାଇଁ ଏକ ଦୁଃଖର ମୁହୂର୍ତ୍ତ ହୋଇଥିବା ବେଳେ ଅନୁଭବଙ୍କୁ ପାଖରେ ପାଇ ସେ ବହୁତ ଖୁସି ଥିବା କହିଛନ୍ତି ରାନୀ।

ଅନ୍ୟପକ୍ଷରେ ସେ ଅନୁଭବଙ୍କ ବାନ୍ଧବି ଜାଗ୍ରତି ମିଶ୍ରଙ୍କୁ ଦେଖା ହେଲେ କି? ବୋଲି ପ୍ରଶ୍ନର କୌତୁହଳପୂର୍ଣ୍ଣ ଜବାବ ଦେଇଥିଲେ ରାନୀ। ସେ ଭଉଣୀ ହୁଅନ୍ତୁ ଅଥବା ଆଉ କିଛି ଜାଗ୍ରତୀଙ୍କ ସହିତ ସେ ଫୋଟୋ ଉଠାଇଛନ୍ତି ବୋଲି କହିଛନ୍ତି ରାନୀ। ଏଥିସହିତ ଭାବି ସ୍ୱାମୀଙ୍କୁ ପାଖରେ ପାଇ ବେସ୍ ଖୁସି ଥିବା ରାନୀ ପ୍ରକାଶ କରିଛନ୍ତି। ତେବେ, ରାନୀଙ୍କର ଏଭଳି ମତ ଉପରେ ସୋସିଆଲ ମିଡିଆରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ଆହୁରି ପଢ଼ନ୍ତୁ:- ଭାରତୀୟ ନୌସେନାରେ ବଡ଼ ଚାକିରୀ ସୁଯୋଗ! ଶୀଘ୍ର କରନ୍ତୁ ଆବେଦନ….