ଦେଖନ୍ତୁ ଭିଡିଓ: ଯାତ୍ରା ଗାଡ଼ି ଦୁର୍ଘଟଣାକୁ ନେଇ ଦୈତାରି ପଣ୍ଡାଙ୍କୁ ଧୋଇଦେଲେ ରାନୀ ପଣ୍ଡା

 
Jatra truck accident

ଦ୍ଵାରଶୁଣି ଘାଟିରେ ଘଟିଯାଇଥିବା ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା ମନେପଡ଼ିଲାରୁ ଛାତି ଥରି ଉଠୁଛି । ସେ ଦୃଶ୍ୟ ଆଖି ଆଗରେ ସତେ ଯେମିତି ନାଚି ଯାଉଛି । କାରଣ ସେହି ଦୁର୍ଘଟଣା କେତେ ପରିବାର ଆଖିରେ ଲୁହ ଦେଇଛି । କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ସ୍ୱାମୀକୁ ହରାଇ ବାୟାଣୀ ହୋଇଗଲାଣି । ଏହି ଘଟଣାକୁ ନେଇ ଚାରିଆଡ଼େ ଶୋକାକୁଳ ପରିବେଶ ।

Jatra truck

ଏହି ଖବର ଶୁଣି ସୁଦୂର ଭୁବନେଶ୍ୱରରୁ ଧାଇଁ ଆସିଥିଲେ ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ତଥା ଅଭିନେତ୍ରୀ ରାଣୀ ପଣ୍ଡା । ପିଆରଏମରେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆହତଙ୍କ ପରିବାରକୁ ଭେଟି ଆଶ୍ୱସନା ଦେଇଥିଲେ ଏବଂ ଆହତଙ୍କ ସହ ଆଲୋଚନା କରି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏଥିସହ ସେ ମୃତକଙ୍କ ପରିବାରବର୍ଗଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଓ ଆହତଙ୍କ ପରିବାରଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ରାଣୀ ପଣ୍ଡା ଏହି ପରିବାର ମାନଙ୍କ ଘରକୁ ଫେରିବା ପାଇଁ ଯଥାସାଧ୍ୟ ସାହାଯ୍ୟ କରିବେ ବୋଲି କହିଥିଲେ ।

Rani panda

ବାରିପଦା ହସ୍ପିଟାଲରେ ଥିବା ୯ ଜଣ ଆହତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିଲା ବେଳେ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ୫ଜଣ ଏଵେ ଚିକିତ୍ସିତ ରହିଛନ୍ତି। ସେମାନଙ୍କ ଅବସ୍ଥା ଭଲ ଅଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ୬ ଜଣ ମୃତକଙ୍କ ମଧ୍ୟରେ ୨ଜଣ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳର ଭୁଡୁରୁବଣି ଗ୍ରାମରେ ବୋଲି ଜଣାପଡ଼ିଛି।

କଥାବାର୍ତ୍ତା ସମୟରେ ଅସନ୍ତୋଷ ଝାଡ଼ିଥିଲେ ଆହତ ଯାତ୍ରା କର୍ମଚାରୀମାନେ। ଦୁର୍ଘଟଣା ଘଟିବାକୁ ଦୁଇ ଦିନ ବିତିବାକୁ ବସିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଧଉଳି ଯାତ୍ରା ପାର୍ଟି ମାଲିକ ବା ମ୍ୟାନେଜର ଦେଖା କରିବାକୁ ଆସିନଥିବା ଆହତମାନେ ଅଭିଯୋଗ କରିଥିଲେ। 

ମେଡ଼ିକାଲ୍‌ରେ ଆହତଙ୍କୁ ଭେଟିବା ପରେ ଯାତ୍ରା ପାର୍ଟି ମାଲିକ ଓ ଯାତ୍ରା କଳାକାର ସଂଘ ଉପରେ ବର୍ଷିଛନ୍ତି ରାନୀ। ଆଉ ସେ କହିଛନ୍ତି, ଏହି ଭାଇମାନଙ୍କ ଦ୍ୱାରା ତିଆରି ହୋଇଥିବା ମଞ୍ଚରେ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରୁଛନ୍ତି। ହେଲେ ଦୁଃଖର ବିଷୟ ସେମାନଙ୍କ ପାଖରେ ଛିଡ଼ା ହେବା ପାଇଁ ଆଜି କେହି ନାହାନ୍ତି। ଶୁଣିବାକୁ ପାଇଲି ଯାତ୍ରା ପାର୍ଟି ମାଲିକ ଆଜି ପର୍ଯ୍ୟନ୍ତ ଆସିନାହାନ୍ତି। ମୁଁ ତାଙ୍କୁ ଅନୁରୋଧ କରୁଛି, ଯଥାଶୀଘ୍ର ଏଠାକୁ ଆସନ୍ତୁ ଓ ଆହତ ଏବଂ ମୃତକଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରନ୍ତୁ।