ଦେଖନ୍ତୁ ଭିଡ଼ିଓ: ସଲମାନଙ୍କ ପାଇଁ କାନ୍ଦି କାନ୍ଦି ରାନୀ ପଣ୍ଡାଙ୍କ ଅବସ୍ଥା ଖରାପ, କହିଲେ ଏପରି କିଛି ଯେ ଭାଇରାଲ ହେଉଛି ଭିଡ଼ିଓ

 
Rani panda salman

ପୁଣି ଭାଇରାଲ ହେଉଛନ୍ତି ରାନୀ ପଣ୍ଡା। ଓଡ଼ିଆ ଯାତ୍ରା କୁଇନ୍ ତଥା ଚର୍ଚ୍ଚିତ ଆଇଟମ ଡ୍ୟାନ୍ସର ରାନୀ ପଣ୍ଡାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ରାନୀ କାନ୍ଦୁଥିବାର ଦେଖିବାକୁ ମିଳୁଥିବା ବେଳେ ସୁପରଷ୍ଟାର ସଲମାନ ଖାଁଙ୍କୁ ଦେଖା କରିବାକୁ ବ୍ୟାକୁଳ ଥିବା ଦେଖିବାକୁ ମିଳୁଛି।

Rani panda

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ରାନୀ କାନ୍ଦି କାନ୍ଦି ସଲମାନଙ୍କୁ ଦେଖା କରିବାକୁ ଗୁହାରି କରୁଛନ୍ତି। ସେ କହୁଛନ୍ତି," ମୋର କିଛି ଦରକାର ନାହିଁ ମତେ ଖାଲି ତମେ ଦରକାର, ବାସ ଥରୁଟିଏ ପାଇଁ ମୋ ସହ ମିଟ କରିଦିଅ ସଲମାନ ଭାଇ"। କେବଳ ଏତିକି ନୁହେଁ ବରଂ ସଲମାନଙ୍କୁ ସେ ନିଜର ଡ୍ରିମ୍ ବୟ କହିବା ସହ ତାଙ୍କ ସହିତ ଜୀବନରେ ଥରେ ଦେଖା ହେବାପାଇଁ ଭଗବାନଙ୍କୁ ପାର୍ଥନା କରୁଛନ୍ତି। ତେବେ, ଭିଡ଼ିଓଟି କେବେ ରେକର୍ଡ଼ କରାଯାଇଥିଲା ତାହା ଜଣାପଡିନଥିଲେ ହେଁ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।