ଦେଖନ୍ତୁ ଭିଡିଓ: ଅଯଥାରେ ହଜାର ଲୋକଙ୍କ ଖାଇବା ନଷ୍ଟ କରିଦେଲା ପୋଲିସ, କାନ୍ଦି ପକାଇଲେ ରାଣୀ ପଣ୍ଡା

 
Rani panda

ଖଣ୍ଡଗିରି ଯାତ୍ରା ମହାସମରରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି। ସବୁ ଗଣନାଟ୍ୟ ମାନଙ୍କ ମଧ୍ୟରୁ ଚର୍ଚ୍ଚାରେ ରହିଛି ଗୌରୀ ଗଣନାଟ୍ୟର 'ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା' ନାଟକ। ତେବେ ରାଣୀ ପଣ୍ଡା ପୁଣି ଏକ ଭଲ କାମ କରି ଚର୍ଚ୍ଚାକୁ ଆସିଛନ୍ତି। 

Rani panda

ଦର୍ଶକଙ୍କ ପାଇଁ ରାନୀ ପଣ୍ଡାଙ୍କ ଯାତ୍ରା ଦେଖିବା ସହ ୪୦୦୦ରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କ ପାଇଁ ଖାଦ୍ୟର ଆୟୋଜନ କରିଛନ୍ତି ରାଣୀ ପଣ୍ଡା। ଖଣ୍ଡଗିରି ଯାତ୍ରାରେ ଯାହା ଅର୍ଥ ରୋଜଗାର ହେଉଛି ଗରିବ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି।

ବୁଧବାର ଦିନ ଦର୍ଶକଙ୍କ ପାଇଁ ୪୦୦୦ରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କ ପାଇଁ ଖାଦ୍ୟର ଆୟୋଜନ କରିଥିଲେ ରାନୀ ପଣ୍ଡା। ଖଣ୍ଡଗିରି ଯାତ୍ରାରେ ଯାହା ଅର୍ଥ ରୋଜଗାର ହେଉଛି ଗରିବ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି। ପୂର୍ବରୁ ଯେଉଁଠି ଅଶ୍ଳୀଳ ନୃତ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା ସେଇ ବିଷୟକୁ ନେଇ ପ୍ରସ୍ତୁତ ହୋଇଥିଲା 'ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ମନା'। 

ନାଟକର ୪ର୍ଥ ରାତିରେ ରାନୀପଣ୍ଡାଙ୍କ ଅଭିନୟକୁ ଦେଖିବାକୁ ଦର୍ଶକଙ୍କ ଭିଡ଼ ଲାଗୁଛି। କିଏ ଟିକେଟ ପାଉଛି ତ କିଏ ମନ ଦୁଃଖରେ ଫେରିଯାଉଛି। ରାଣୀ ପଣ୍ଡାଙ୍କ ଯାତ୍ରା ଦେଖିବା ସହ ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ତେବେ ରାଣୀ ପଣ୍ଡା ଦେଉଥିଲେ ଖାଇବାକୁ ହଠାତ ଉଠେଇନେଲା ପୋଲିସ, ପୋଲିସ ଖାଦ୍ୟ ନଷ୍ଟ କରିଦେବାରୁ କାନ୍ଦି ପକାଇଥିଲେ ରାଣୀ ପଣ୍ଡା।