ଓଡ଼ିଶାରେ ଅସମ୍ଭାଳ ତାତିରୁ ମିଳିବ ମୁକ୍ତି, ଏହି ସବୁ ଜିଲ୍ଲା ରେ ହେବ ପ୍ରବଳ ବର୍ଷା

 
rain in odisha

ରାଜ୍ୟରେ ଅସମ୍ଭାଳ ହେଲାଣି ତାତି । ଓଡ଼ିଶାକୁ ସାଧାରଣତଃ ୧୨ ରୁ ୧୪ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥାଏ। ଏଥର କିନ୍ତୁ ୪ଦିନ ଆଗରୁ ମୌସୁମୀ ପ୍ରବେଶ କରିଥିଲା। ତେବେ ଆଗାମୀ ପାଞ୍ଚ ଦିନ ମଧ୍ୟରେ ବିଜୁଳି ଘଡଘଡି ସହ ବର୍ଷା ହେବ। 

ଏହି ସମୟରେ ୩୦ ରୁ ୪୦ ମିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ୧୯ ତାରିଖ ପରଠାରୁ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।  ୨୦ ତାରିଖରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ସେହିପରି ୨୧ ତାରିଖରେ ବଲାଙ୍ଗିର, ନୁଆଁପଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ଗରମ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଟ କରିଛି। ୧୯ ତାରିଖ ଯାଏଁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଗରମ ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି ପାଇଁ ୟେଲୋ ୱର୍ଣିଂ ଜାରି କରାଯାଇଛି। 

ସେହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିହପୁରରେ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଏହି ସବୁ ଜୁିଲ୍ଲାରେ ପ୍ରଚଣ୍ଡ ଗୁଳୁଗୁଳି ହେବାକୁ ଥିବା ବେଳେ ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲା । ପାଗ ଅନୁକୂଳ ରହିଲେ ଏହା ଆଗକୁ ଅଗ୍ରସର ହୋଇପାରେ । 

ଫଳରେ ଓଡ଼ିଶାର କିଛି ଅଂଶକୁ ମୌସୁମୀ ଛୁଇଁପାରେ। ସେପଟେ ବର୍ତ୍ତମାନ ରାଜ୍ୟରେ ଜୁନ ୧ରୁ ୧୭ ଜୁନ ମଧ୍ୟରେ ୯୧.୪ ମିମି ବର୍ଷା ରେକର୍ଡ ହେବା କଥା । କିନ୍ତୁ ରେକର୍ଡ ହୋଇଛି ମାତ୍ର ୩୬.୭ ମିମି ବର୍ଷା । ଯାହା ସ୍ୱାଭାବିକ ବର୍ଷାର ୪୨ ପ୍ରତିଶତ ନିଅଁଟିଆ। ସେହିପରି ଗତ ୨୪ ଘଣ୍ଟାରେ ନୂଆପଡ଼ାରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।