ଦେଖନ୍ତୁ ଭିଡିଓ: ବର୍ଷା ଅନୁଭବଙ୍କ ସ୍ତ୍ରୀ ନୁହଁନ୍ତି, ସେ ତାଙ୍କର ଭଉଣୀ, ତାଙ୍କ ଭିତରେ ନାହିଁ ଶାରିରୀକ ସମ୍ପର୍କ: ମୋନାଲିସା ଗନ୍ତାୟତ

 
Varsha Anubhav

ଅନୁଭବ ଓ ବର୍ଷା ସ୍ଵାମୀ ସ୍ତ୍ରୀ ନୁହଁନ୍ତି। ସେମାନେ ହେଉଛନ୍ତି ଭାଇ ଭଉଣୀ। ଏପରି ସମ୍ପର୍କକୁ ସ୍ଵାମୀ ସ୍ତ୍ରୀ ସମ୍ପର୍କର ଆକ୍ଷ୍ୟା ଦିଆ ଯାଇ ପାରେନା। ଏପରି କହିଲେ ଆଇନଜୀବୀ ମୋନାଲିସା ଗନ୍ତାୟତ।

Anubhav Varsha

ବିନା ଶାରିରୀକ ସଂପର୍କରେ କେବଳ ବିବାହିତ ହୋଇ ଏକାଠି ରହିବାକୁ ସ୍ଵାମୀ ସ୍ତ୍ରୀର ସମ୍ପର୍କ କୁହାଯାଇ ପାରେନା। ବିବାହର ଅର୍ଥ ହିଁ ହେଉଛି ଶାରିରୀକ ସମ୍ପର୍କ ମାଧ୍ୟମରେ ପରିବାରର ବଂଶ କୁ ଆଗକୁ ବଢ଼ାଇବା। ଅନୁଭବ ଓ ବର୍ଷାଙ୍କ କେଶ୍ କୁ ଦୀର୍ଘ ଦୁଇରୁ ତିନି ବର୍ଷ ବିତଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଖୋଲି ପାରୁ ନାହିଁ। ବରଂ ଘଟଣା ଗୁଡ଼ିକ ଏପରି ଛନ୍ଦା ଛନ୍ଦି ହୋଇଯାଉଛନ୍ତି ଯାହା ବୁଝିବା ବେଳେ ବେଳେ ଅସମ୍ଭବ ହୋଇ ପଡ଼ୁଛି।

ବର୍ଷା ଓ ଅନୁଭବ ଓଡ଼ିଆ ଫିଲ୍ମ ଜଗତରେ ବେଶ୍ ଆକର୍ଷଣୀୟ ଯୋଡ଼ି ଭାବେ ଖୁବ୍ ଲୋକ ପ୍ରିୟତା ହାସଲ କରିଛନ୍ତି। ସେ ଫିଲ୍ମ୍ ଜଗତ ହେଉ କିମ୍ବା ବାସ୍ତବ ଜୀବନ ଦର୍ଶକ ତାଙ୍କ ଯୋଡିକୁ ବେଶ୍ ପସନ୍ଦ କରନ୍ତି। ହେଲେ ପରଦା ଆଗରେ ସୁନ୍ଦର୍ ଦେଖାଯାଉଥିବା ଯୋଡ଼ି ପଛର ରହସ୍ୟ ଯେ ଏମିତି ରହିଛି ତାହା ଏବେ ଲୋକ ଲୋଚନକୁ ଆସୁଛି। ଅନୁଭବ ନିଜର ଦାମ୍ପତ୍ୟ ଜୀବନର ଗୋଟି ଗୋଟି କରି ସମସ୍ତ ରହସ୍ୟ ପଦାକୁ ଆଣୁଛନ୍ତି।

ଏହା ଦେଖିଲେ ଲାଗୁଛି ହୁଏ ତ ଅନୁଭବଙ୍କର ସହିବାର ସୀମା ପାର ହୋଇ ସାରିଲାଣି। କେବଳ ଅନୁଭବ ନୁହଁନ୍ତି ବର୍ଷା ମଧ୍ୟ ନ୍ୟାୟାଳୟ ଆଗରେ ସ୍ପଷ୍ଟ କରିଥିଲେ ଯେ ତାଙ୍କର ଅନୁଭବଙ୍କ ସହିତ କୌଣସି ଶାରିରୀକ ସମ୍ପର୍କ ନାହିଁ। ଏପରିକି ଚଉଠି ରାତିରେ ବି ନୁହେଁ। ହେଲେ ଏପଟେ କୋର୍ଟର ଶୁଣାଣି ସବୁଠୁ ବଡ ଝଟକା ଦେଇଛି ଅନୁଭବଙ୍କୁ। ଅନୁଭବ କହିଛନ୍ତି ଏହା ମୋ ସହ ଏକ ବଡ଼ ଅନ୍ୟାୟ ହୋଇଛି। ବିବାହ କରି ମୁ ଫସି ଯାଇଛି।ମୁ ଏପରି ବନ୍ଧନରେ ଆଉ ବାନ୍ଧି ହୋଇ ରହିବାକୁ ଚାହୁଁନି।ବର୍ଷାଙ୍କ ଏମିତି ନୀଚ୍ଚ ରାଜନୀତି ଆଗରେ ଆଜି ଆଇନ୍ ବି ବନ୍ଧା ପଡିଯାଇଛି।