​​ଦେଖନ୍ତୁ ଭିଡିଓ: ଥରେ ଦେଲୁ, ସବୁ ଦିନ ମନା କଲୁ, ମନ ବୁଝିଲାନି ସମସ୍ତଙ୍କୁ ଦେଖେଇ ଦେଲି, ଆଉ ତାପରେ...

 
Jubati nku blackmail

ଚାଲିଛି ସେକ୍ସ୍ ରାକେଟ୍ । ତାହା ପୁଣି ଝିଅ ମାନଙ୍କ ଅଜାଣତରେ ବନା ଯାଉଛି ଭିଡିଓ  । ଦରକାର ପଡିଲେ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି ଦୁର୍ବୃତ୍ତ ଯୁବକ । ଜଣା ନାହିଁ ଆଜି ଯାଏଁ କେତେ ଜଣ ଯୁବତୀ ହେଲେଣି ଏହାର ଶିକାର । ସମାଜ ଓ ପରିବାର ଭୟରେ ଏମିତି କିଛି ଯୁବତୀ ଅଛନ୍ତି ଯେଉଁମାନେ ମରି ମରି କାଟୁଛନ୍ତି ଜୀବନ ।

ଯାହା

ଏଭଳି ଜଘନ୍ୟ ଅପରାଧ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ଜଗତସିଂହପୁର ଠାରେ ଥିବା ଶିଆଲିବେଳା ଭୂମିରେ କରା ଯାଉଥିଲା ଏଭଳି ବେଆଇନ୍ କାମ । ବେଳାଭୂମିରେ ଅବସ୍ଥିତ ଏକ ଘରକୁ ଜବର୍ ଦଖଲ କରିଥିଲେ ଦୁର୍ବୃତ୍ତ ଯୁବକ । ସେହିଠାରେ ହିଁ ଚଳାଇଥିଲେ ସବୁ ବେଆଇନ୍ କାରବାର ।

ସେହି ଦୁର୍ବୃତ୍ତ ଗୋଷ୍ଠୀର ଯୁବକ ମାନଙ୍କ ଲକ୍ଷ୍ୟ ଥିଲା ସୁନ୍ଦରୀ ଯୁବତୀ ମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇବା । କିଛି ଦିନ ପ୍ରେମ ସମ୍ପର୍କ ପରେ ତାଙ୍କୁ ସେହି ଘରକୁ ନେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିଲେ । ତା ପରେ ହେଉଥିଲା ଏମିତି କିଛି ।

ଗତ ୨ ମାସ ତଳେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅଲଣା ଗ୍ରାମର ଆନନ୍ଦ ଦାସ ନାମକ ଜଣେ ଯୁବକ ଏକ ଯୁବତୀଙ୍କୁ ଉକ୍ତ ଘରକୁ ନେଇ ଯାଇଥିଲେ । ଯେଉଁଠି ସେ ଯୁବତୀ ଜଣକ ସହିତ ଶାରିରୀକ ସମ୍ପର୍କ ରଖି ତାର ଭିଡିଓ ବନାଇଥିଲେ । ତା ପରେ ବ୍ଲାକ ମେଲିଙ୍ଗ କରିବା ଆରମ୍ଭ କରି ଦେଇଥିଲେ ।

ଯାହା ପରେ ଯୁବତୀ ଜଣକ ଥାନାରେ ଏ ନେଇ ଅଭିଯୋଗ କରିବାରୁ ଯୁବକ ଜଣକ ଫେରାର ହୋଇ ଯାଇଥିଲେ । ପୋଲିସ୍ ଯୁବକର ସନ୍ଧାନ କରୁ କରୁ ସାମ୍ନାକୁ ଆସିଥିଲା ସବୁ ସତ । ତେବେ ପୋଲିସ୍ ଗତ କାଲି ମୁମ୍ବାଇ ଠାରେ ଯୁବକ ଜଣକୁ ଗିରଫ କରିଛି ।