ସମ୍ପର୍କୀୟ ଦାଦାକୁ ନେଇ ପୁରୀ ହୋଟେଲ ଯାଇଥିଲେ ଯୁବତୀ, ରାତି ଅଧରେ ହଠାତ୍ ଚିତ୍କାର କରି ପୋଲିସ ଡାକିଲେ ଆଉ ତାପରେ...

 
Jubati

ପୁରୀ ଗେଷ୍ଟ ହାଉସରେ ସାଙ୍ଗ ହୋଇ ରହିଥିଲେ ଯୁବକ ଯୁବତୀ । ହେଲେ ଅଧ ରାତିରେ ଏମିତି କଣ ହେଲା ଯେ ଚିତ୍କାର କଲେ ଯୁବତୀ । ପୋଲିସ୍ କୁ ବି ଫୋନ କରି ଡାକିଲା । ପୋଲିସ୍ ଅଧ ରାତିରେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଯୁବକକୁ ଧକ୍କା ଦେଇ ରୁମ୍ ରୁ ବାହାର କରିଦେଲା ଯୁବତୀ । ସେଠାରୁ ଯୁବକକୁ ଗିରଫ କରି ଆଣିଲା ପୋଲିସ ।

E

ତେବେ ଜାଣନ୍ତୁ କଣ ହୋଇଥିଲା ଗେଷ୍ଟ ହାଉସ ରୁମରେ ?

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପୋଲିସର କହିବା ଅନୁସାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଗୋଟିଏ ଗାଁରେ ଯୁବତୀ ଯୁବକଙ୍କ ଘର । ଯୁବତୀ ଜଣଙ୍କୁ ୨୫ ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ହେଉଛି ୪୦ ବର୍ଷ । ଯୁବକ ଜଣକ ଯୁବତୀଙ୍କର ସମ୍ପର୍କୀୟ ଦାଦା ବୋଲି ଜଣା ପଡିଛି । ପିଲା ଦିନୁ ଯୁବତୀକୁ ପାଠ ପଢା ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ କରି ଆସୁଥିଲେ ଯୁବକ ଜଣକ ।

ଗତ ଶନିବାର ଦିନ ଦୁହେଁ ପୁରୀ ବୁଲିବାକୁ ଆସିଥିଲେ । ବାଲିସାହି ସ୍ଥିତ ଏକ ଗେଷ୍ଟ ହାଉସରେ ଦୁହେଁ ରାତିରେ ରହିଥିଲେ । ହେଲେ ପ୍ରାୟ ରାତି ୨ଟା ସମୟରେ ଚିତ୍କାର କରିଥିଲେ ଯୁବତୀ । ପୋଲିସ୍ କୁ ମଧ୍ୟ ଫୋନ୍ କରି ଡ଼କାଇଥିଲେ । ପୋଲିସ୍ ପହଞ୍ଚି ସେଠାରୁ ଯୁବକଙ୍କୁ ଗିରଫ କରିଥିଲା । 

Puri

ପରେ ସକାଳେ ଯୁବତୀ ମଧ୍ୟ ଥାନାରେ ପହଞ୍ଚିଥିଲେ । ଯୁବକ ଓ ଯୁବତୀ ଦୁହିଁଙ୍କ ପରିବାର ଲୋକ ଥାନାକୁ ଆସିଥିଲେ । ପୋଲିସ୍ ଉପସ୍ଥିତିରେ ଦୁହିଁଙ୍କ ମଧ୍ୟରେ ଆପସ ବୁଝାମଣା ହୋଇଥିଲା । ପରେ ସମସ୍ତେ ଘରକୁ ଯାଇଥିଲେ । ତେବେ ଏ ନେଇ ଆଇସିସି ପ୍ରଧାନ କହିଛନ୍ତି ଯେ ରାତି ଅଧରେ ଯୁବତୀ ଉପରେ ଯୁବକ ଗୋଡ ପକାଇବାରୁ ଏପରି ଚିତ୍କାର କରିଥିଲେ ଯୁବତୀ ।