ଭୁବନେଶ୍ୱର ରାସ୍ତାରେ ପଞ୍ଜାବୀ ଯୁବତୀଙ୍କ ହାଇଡ୍ରାମା, ସାଧାରଣ ଲୋକଙ୍କ ସହ ପୋଲିସକୁ ବି କଲେ ଆକ୍ରମଣ, ଦେଖନ୍ତୁ ଭିଡ଼ିଓ

 
Punjabi dancer

ଭୁବନେଶ୍ୱର ରାଜରାସ୍ତା ଉପରେ ପଞ୍ଜାବୀ ମହିଳାଙ୍କ ହାଇଡ୍ରାମା। ଏହି ମହିଳା ଜଣକ ରାସ୍ତାରେ ଉପରେ ଗାଡ଼ି ଅଟକାଇ ଯାହାକୁ ମାନେ ତାହାକୁ ଆକ୍ରମଣ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ରାଜଧାନୀ ରୂପାଲି ଛକରେ ମୋବାଇଲ ଚୋରି କରି ଧରାପଡ଼ିବା ପରେ ବିଚ୍ ରାସ୍ତାରେ ଉତ୍ପାତ କରିଥିଲେ ଏହି ମହିଳା। ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ କାବୁ କରିବା ସହ ଗିରଫ କରିଥିବା ସୂଚନା ମିଳିଛି।

Jubati

ଖବର ଅନୁଯାଇ ଉକ୍ତ ମହିଳା ଜଣକ ପଞ୍ଜାବ ଲୁଧିଆନାରୁ ଆସି ଭୁବନେଶ୍ୱରରେ ଏକ ବାର୍ ରେ କାମ କରୁଥିଲେ। କିନ୍ତୁ, କୋଭିଡ଼ କଟକଣା ହେତୁ ନିଜ କାମ ହରାଇବାରୁ ଗତ କିଛି ଦିନ ହେବ ସେ ଚାକିରୀ ଖୋଜୁଥିଲେ। ତେବେ, ଗତକାଲି ସେ ସହିଦନଗର ସ୍ଥିତ ସାଇସାଗର ହୋଟେଲରେ କାମ ଅନ୍ୱେଷଣରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ କାମ ଦିଆଯିବ ବୋଲି ଆଶ୍ୱସନା ଦିଆଯାଇଥିଲା। ଉକ୍ତ ହୋଟେଲର ମ୍ୟାନେଜରଙ୍କ ଅଭିଯୋଗ ମୁତାବକ ମହିଳା ଜଣକ କଥାବାର୍ତ୍ତା ସମୟରେ ତାଙ୍କ ମୋବାଇଲ ଫୋନ ଏବଂ ୫ ହଜ଼ାର ଟଙ୍କା ଲୁଟିନେଇଥିଲେ। ଫଳରେ ତାଙ୍କୁ କିଛି ଲୋକ ଧରିବା ପାଇଁ ଗୋଡ଼ାଇଥିଲେ ଯେଉଁଥିରୁ ଏହି ସବୁ ଘଟଣା ଘଟିଥିଲା। ଦେଖନ୍ତୁ ଭିଡ଼ିଓ:-

ତେବେ, ଏହି ଘଟଣା ବିଷୟରେ ସାଇସାଗର ହୋଟେଲର ମ୍ୟାନେଜରଙ୍କୁ ପଚରା ଯାଇଥିଲେ ମଧ୍ୟ ତାଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା। ଏପର୍ଯ୍ୟନ୍ତ ଚୋରି ଅଭିଯୋଗକୁ ନେଇ କୌଣସି ଠୋସ୍ ପ୍ରମାଣ ମିଳିନଥିଲେ ମଧ୍ୟ ଯୁବତୀ ଜଣକ ସାଧାରଣ ଲୋକ ଏବଂ ପୋଲିସକୁ ଆକ୍ରମଣ କରିଥିବାରୁ ତାଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇଛି। କିନ୍ତୁ, ସେହି ହୋଟେଲ ଭିତରେ ଏପରି କଣ ଘଟିଲା ଯେ ମହିଳା ଜଣକ ରାସ୍ତା ଉପରକୁ ଚାଲି ଆସିଲେ ସେଥିନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ସିସିଟିଭି ଫୁଟେଜ୍ ରୁ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।