ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ପ୍ରେମ ନିବେଦନ, ବହିଦେବା ପାଇଁ କଣ ଡିମାଣ୍ଡ କରୁଛନ୍ତି ଶୁଣନ୍ତୁ ଅଡିଓ

 
Sir student
ବାରମ୍ବାର ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ଆସୁଛି ଏପରି ନିନ୍ଦନୀୟ ଅଭିଯୋଗ । ପୁଣି ଏଭଳି ଆଉ ଏକ ଅଭିଯୋଗ ଦେଖିବାକୁ ମିଳିଛି ଯାଜପୁର ସଦରବ୍ଲକ୍ ର ଏକ ହାଇସ୍କୁଲ୍ ରେ । ସେହି ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ଏକ ବଡ଼ ଅଭିଯୋଗ । 

Student

ପ୍ରଧାନ ଶିକ୍ଷକଙ୍କର ଏକ ଅଶ୍ଳୀଳ ଭାଷାର ଅଡିଓ ଭାଇରାଲ୍ ହେବା ପରେ ଜିଲ୍ଲା ଶିକ୍ଷାଧିକାରୀ ଗ୍ରହଣ କରିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ । ସେହି ବିଦ୍ୟାଳୟର ଏକ ନବମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ ପ୍ରଧାନଶିକ୍ଷକ ।

ଏପରିକି ତାଙ୍କୁ ଅଶ୍ଳୀଳ ଭାଷାରେ କିଛି କଥା ମଧ୍ୟ କହିଥିଲେ । ଯାହାର ଅଡିଓ ଭାଇରାଲ୍ ହେବା ପରେ ଅଭିଭାବକଙ୍କ ମନରେ ଦେଖା ଦେଇଛି ଅସନ୍ତୋଷ । 

ଏହି ଅଡିଓଟି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ସେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଧାନ ଶିକ୍ଷକଙ୍କୁ ନିଜ ପଦରୁ ନିଲମ୍ବିତ କରିଛନ୍ତି ।