ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି, ଖୁବଶୀଘ୍ର ମିଳିବ ଫ୍ରି ଇଲେକଟ୍ରିସିଟି, ଜାଣନ୍ତୁ ପୁରା ଖବର

 
Modi electricity

ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଣ଼୍ଡିଖୋଲ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଘୋଷଣା କରିବା ପରେ ମୋଦୀ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । 'ମୋଦୀ ଗ୍ୟାରେଣ୍ଟି ସମାବେଶ' କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ, ଜୟ ମା ବିରଜା କହି ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Modi

ଏହି ଅବସରରେ ବିରୋଧୀ ମେଣ୍ଟକୁ ଟାର୍ଗେଟ କରିବା ସହିତ ମୋଦୀ କହିଛନ୍ତି, ପିଏମ୍ ସୂର୍ଯ୍ୟଘର-ମାଗଣା ବିଜୁଳି ଯୋଜନା କରାଯାଇଛି। ଏହି ଯୋଜନା ଆଧାରରେ ଲୋକଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ। ତେବେ ଏଥିପାଇଁ ଲୋକଙ୍କୁ ଘରେ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ। ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରିବେ ସାଧାରଣ ଲୋକ। ଅନ୍ୟପଟେ ଏହି ସୋଲାର ପ୍ୟାନେଲରୁ ବିଜୁଳି ଉତ୍ପାଦନ ଅଧିକ ହେଲେ, ଏହା ସରକାରକୁ ବିକିପାରିବେ ଲୋକ।

ଏହାସହ ସେ ଓଡିଶାକୁ ୧୯,୬୦୦ କୋଟି ପ୍ରକଳ୍ପର ଭେଟି ଦେଇଛନ୍ତି। ଏଥିରେ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍‌ ମୋନୋ ଏଥାଇଲନ୍‌ ଗ୍ଲାଇକଲ୍‌ ପ୍ରକଳ୍ପ, ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ଉଦଘାଟନ କରିଛନ୍ତି। ସେହିପରି ୧୬୨ କିମି ବାଂଶପାଣି- ଦୈତାରୀ-ଟମକା- ଯଖପୁରା ରେଳ ଲାଇନ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି।

Electricity

କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋ ଉଦ୍‌ଘାଟନ, ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍‌ ରେଳ ଇଂଜିନ ମରାମତି କାରଖାନା, କଣ୍ଟାବାଞ୍ଜିରେ ୱାଗନ୍‌ ମରାମତି କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାନ କରିଛନ୍ତି। କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍‌ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର- ପାରାଦୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି।