ସମ୍ବଲପୁରରେ ଓଡିଶା ପାଇଁ ବହୁତ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ ପୁରା ଖବର

 
Modi

ସମ୍ବଲପୁରର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ। ଜୟ ଜଗନ୍ନାଥରୁ ଆରମ୍ଭ କଲେ ଭାଷଣ। କହିଲେ, ସମ୍ବଲପୁର ଏକ ମହାନ ମାଟି। ବୀର ସୁରେନ୍ଦ୍ର ସାଏ, ଗଙ୍ଗାଧର ମେହେର, ଭୀମ ଭୋଇଙ୍କ ଜନ୍ମ ସ୍ଥାନ। ନିକଟରେ ଓଡିଶାରେ ୪ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି। ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। ଆଜି ବିଜେପି କର୍ମୀଙ୍କ ପାଇଁ ଗୌରବର ଦିନ।

Ministers

ସେ କହିଛନ୍ତି ଯେ ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ବଡ଼ ମହତ୍ୱପୂର୍ଣ୍ଣ ଦିନ। ଓଡ଼ିଶା ଲୋକଙ୍କୁ ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ବଧାଇ। ସମାଜର ସବୁ ବର୍ଗର ଲୋକ ଏଥିରୁ ଲାଭ ପାଇବେ ବୋଲି ମୋଦୀ କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଓଡ଼ିଶାର ନବଯୁବକଙ୍କୁ ରୋଜଗାର ଯୋଗାଇବ। ଆଜି ଆଡଭାନିଜୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରସେବା ପାଇଁ ଜୀବନ ଉତ୍ସର୍ଗ କରିଥିବା ଲୋକଙ୍କୁ ଦେଶ ଭୁଲେନି। ଆଡଭାନୀଙ୍କ ଜୀବନାଦର୍ଶ ମୋତେ ଅନୁପ୍ରାଣିତ କରିଛି ବୋଲି ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି ଦେଶର ୨୫ କୋଟି ଲୋକ ଗରିବିରୁ ବାହାରିଛନ୍ତି। ମୋଦୀ କି ଗ୍ୟାରେଣ୍ଟି ଅର୍ଥ ପକ୍କା ଗ୍ୟାରେଣ୍ଟି। ୧୦ ବର୍ଷରେ ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି। ଏଥିରେ ୨୫ ଲକ୍ଷ ଲୋକ ଓଡିଶାର ରହିଛନ୍ତି। ଯେଉଁମାନଙ୍କୁ ମିଳିନି ସେମାନଙ୍କ ପାଇଁ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି। ଯେଉଁମାନଙ୍କୁ ଘର ମିଳୁନି ଯାଇ କହିବେ ମୋଦୀ ଆସିଥିଲେ ଆଉ କହିଥିଲେ ଆମକୁ ପକ୍କା ଘର ଦେବେ। ମୋର କୌଣସି ଗରିବ ଭାଇ କୁଡିଆରେ ଯେମତି ନରହିବ ସେଥିପାଇଁ ମୁଁ ଦିନରାତି ପରିଶ୍ରମ କରୁଛି।

ଓଡିଶାର ଯେଉଁ ବନ୍ଧୁ ବାହାର ରାଜ୍ୟକୁ ଯାଇଛନ୍ତି ତାଙ୍କ ପାଇଁ ବି ବ୍ୟବସ୍ଥା ହୋଇଛି। ଏଥର ବଜେଟରେ ଇନଫଷ୍ଟ୍ରକଚର ବାକାଶ ପାଇଁ ୧୧ ଲକ୍ଷ ଟଙ୍କା ରଖାଯାଇଛି। ପୂର୍ବରୁ ଏହି ବଜେଟ ୨ଲକ୍ଷରୁ କମ ରଖାଯାଉଥିଲା।

Ministers

ମୋଦି କହିଥିଲେ, ପିଏମ କିଷାନ ନିଧିରେ ଦେଶରେ କୋଟି କୋଟି କୃଷକଙ୍କୁ ଲାଭ ମିଳିଛି। ଏଥିରେ ଓଡିଶାର ୪୦ ଲକ୍ଷ ଲୋକ ଲାଭବାନ ହୋଇଛନ୍ତି। ଚାଷୀଙ୍କ ରୋଜଗାର ବଢାଇବା କେନ୍ଦ୍ରର ଲକ୍ଷ୍ୟ। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ଯାଉଛି। ଏଯାଏଁ ପ୍ରତି ଚାଷୀଙ୍କ ଖାତାକୁ ୩୦ ହଜାର ଟଙ୍କା ଯାଇଛି। ସେହିପରି ଗାଁ ମହିଳା ଓ ପିଲାଙ୍କ ଧ୍ୟାନ ରଖିବାରେ ଅଙ୍ଗନବାଡି କର୍ମଚାରୀ ଓ ଆଶାକର୍ମୀଙ୍କ ଅନେକ ଭୂମିକା ରହିଥାଏ। ତାଙ୍କ ପାଇଁ ୫ ଲକ୍ଷ ଯାଏଁ ମାଗଣା ସେବା ରହିଛି।