ଦେଖନ୍ତୁ ଭିଡିଓ: ବିଳମ୍ୱିତ ରାତିରେ ଉତ୍ପାତ୍‌ ପ୍ରେମୀଯୁଗଳଙ୍କ ରଙ୍ଗ ୱେ ରାଇଡ୍‌, ଆଉ ତାପରେ କଣ ହୁଏ ଦେଖନ୍ତୁ

 
Couple wrong way ride

ଆଜିକାଲି ପ୍ରେମୀ ଯୁଗଳଙ୍କ କଥା ବେଳେ ବେଳେ କିଛି ବୁଝା ପଡୁନି।ପ୍ରେମର ଉନ୍ମାଦନାରେ ଯେ ସେ କଣ କରି ବସନ୍ତି ନିଜେ ମଧ୍ୟ ଜାଣନ୍ତି ନାହିଁ। ପ୍ରେମର ବିପକ୍ଷରେ ଆମେ କହୁ ନାହୁଁ। ପାଗଳାମୀର ବିରୋଧରେ କହୁଛୁ। ପ୍ରେମର ଅର୍ଥ ଏହା ନୁହେଁ ସ୍ଥାନ,କାଳ, ପାତ୍ର ଆଦିର ହିସାବ ନ ରଖି ମନା ଇଛା କାମ କରିବା।ନିଜେ  ତ ବିପଦରେ ପଡ଼ିବେ ତା ସହିତ ଅନ୍ୟ ମାନଙ୍କୁ ମଧ୍ୟ ବିପଦରେ ପକାଇବେ।

Couple

ଆଜି ଦୁଇ ପ୍ରେମୀ ଯୁଗଳଙ୍କର ଏପରି ଏକ ଦୃଶ୍ୟ ଆଖି ସାମ୍ନାକୁ ଆସିଛି।ଯେଉଁଥିରେ ସେମାନେ ଭୁଲି ଯାଇଛନ୍ତି ଯେ ସେମାନେ ଜୀବନ ଧାରି ମଣିଷ। କେତେବେଳେ ବି ତାଙ୍କ ଜୀବନ ଯାଇପାରେ।ହେଲେ କିଛି କଥାର ଭୟ ନାହିଁ ତାଙ୍କୁ। ଆଜିକାଲି ଶିକ୍ଷିତ ଯୁବ ପିଢ଼ିଙ୍କୁ କିଏ ବା କଣ କହିବ।

ଭିଡିଓ ଟିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ,ଦୁଇ ପ୍ରେମୀ ଯୁଗଳ CRP ଛକରୁ ତମାଣ୍ଡ ଛକ ପର୍ଯ୍ୟନ୍ତ ବିପରୀତ ଦିଗରେ ତୀବ୍ର ବେଗରେ ଗାଡି ଚଳାଉଛନ୍ତି।ଗାଡ଼ି ଚାଳନା ପାଇଁ କିଛି ନିୟମ ରହିଥାଏ ଯାହା ଗାଡ଼ି କି ରାସ୍ତା ପାଇଁ ନୁହେଁ ବରଂ ମଣିଷ ଜୀବନର ସୁରକ୍ଷା ପାଇଁ।ହେଲେ  ପ୍ରେମିଯୁଗଳ ଦୁହିଁଙ୍କର ଯେପରି ଭୟ ନାହିଁ ନିଜ ଜୀବନ ପ୍ରତି ନା ଭୟ ଅଛି ଆଇନ୍ କୁ।ସୂଚନା ଅନୁଯାୟୀ ଗାଡ଼ିର ବେଗ ପ୍ରାୟ ୭୦  ରୁ  ୭୫ କିଲୋମିଟର ରହିଥିଲା। ଏବଂ ସେମାନେ କୁଆଡେ ମଦ୍ୟପାନ ମଧ୍ୟ କରିଥିଲେ।

ଏତେ ସବୁ ପରେ ମଧ୍ୟ ନା ଟ୍ରାଫିକ ପୋଲିସ ଧରିଛି ତାଙ୍କୁ ନା ପୋଲିସ। ରାସ୍ତାରେ ମାଳ ମାଳ CCTV କାହିଁକି ଲଗାଯାଇଛି। ଆମକୁ ତ ତାହା ବୁଝା ପଡୁନି। ରାଜଧାନୀର ଏହି ଘଟଣା। ଯେଉଁଠି ସବୁଠାରୁ କଡ଼ା ଟ୍ରାଫିକ ବ୍ୟବସ୍ଥା ରହିଥାଏ।ଏଥିରୁ ଭାବି ପାରୁଥିବେ ଅନ୍ୟ ରାସ୍ତାର ସୁରକ୍ଷା ବ୍ୟବସ୍ଥା କେତେ ଆଉ ଆପଣ ରାସ୍ତାରେ କେତେ ସୁରକ୍ଷିତ।