ଆଉ ଶୁଭିବନି ତାଙ୍କ ପ୍ରବଚନ! ପରଲୋକରେ ପ୍ରବଚକ ଚାରଣ ରାମଦାସ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 
Ramdas

କରୋନା ପାଇଁ ଚାଲିଗଲାଣି କେତେ ଜୀବନ, ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ଲୋକମାନେ। ଏହି କରୋନା ଜୀବନ ନେଇଛି ପ୍ରଖ୍ୟାତ ପ୍ରବଚକ ଚାରଣ ରାମଦାସଙ୍କ। କରୋନା ସହ ଲଢେଇ କରି ଆଖି ବୁଜିଛନ୍ତି ପ୍ରବଚକ ଚାରଣ ରାମଦାସ।ସେ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ପୁରୀ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। 

ସୂଚନା ଅନୁଯାୟୀ, କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯାହା ପରେ ଫୁସଫୁସ୍ ସଂକ୍ରମଣ ହେବାରୁ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା। ପୁରୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। କିନ୍ତୁ ବିଳମ୍ବିତ ରାତିରେ ଚାରଣ ରାମଦାସ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପ୍ରବଚନ ସବୁଆଡ଼େ ପରିଚିତ ଥିଲା। 

ଜଗନ୍ନାଥ ସଂସ୍କୃତିର ଜଣେ ବିଶାରଦ ଭାବେ ସେ ବେଶ୍ ଜଣାଶୁଣା ଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ପ୍ରବଚନ ଦେଇ ଘରେ ଘରେ ପ୍ରସିଦ୍ଧ ହୋଇଥିଲେ ଚାରଣ ରାମଦାସ। ତାଙ୍କ ପ୍ରବଚଦେବା ଶୈଳୀ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ସେ ମୁକ୍ୟବକ୍ତା ଭାବେ ଲୋକଙ୍କ ଭଗବତ କଥା ଶୁଣାଇଛନ୍ତି। ଆଧ୍ୟାତ୍ମିକତା ଏବଂ ଜଗନ୍ନାଥ ସଂସ୍କୃତିରେ ତାଙ୍କର ପ୍ରଗାଧ୍ୟ ଜ୍ଞାନ ରହିଥିଲା।