ଓଲିଉଡ ବିବାଦରେ ଏଣ୍ଟ୍ରି ମାରିଲେ ପ୍ରକୃତି ମିଶ୍ର, ଟୁଟୁ ନାୟକଙ୍କ ଉପରେ ଆଣିଲେ ଅଭିଯୋଗ, କହିଲେ- ସେ ମତେ...

 
Prakurti mishra Tutu

ନୂଆ ଦ୍ଵନ୍ଦ ସହିତ ନୂଆ ମୁହଁ ଯୋଡ଼ି ହେଉଛି ଓଡ଼ିଆ ଇଣ୍ଡଷ୍ଟ୍ରି ବିବାଦରେ । ଅଭିନେତା ଅରିନ୍ଦମ , ଅନୁଭବ , ଟୁଟୁ ନାୟକ ଓ ମନୋଜ ମିଶ୍ରଙ୍କ ଭିତରେ ଚାଲିଥିବା ବିବାଦ ଭିତରେ ଏବେ ଏଣ୍ଟ୍ରି କରିଛନ୍ତି ପ୍ରକୃତି । ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜର ମତ ରଖିବା ସହିତ ମନୋଜ ମିଶ୍ରଙ୍କୁ ସପୋର୍ଟ ମଧ୍ୟ କରିଛନ୍ତି । 

Prakurti mishra

ଆପଣ ତ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ଭିତରେ ଏହି ଅଭିନେତା ମାନଙ୍କର କଳି କେବଳ ସେମାନଙ୍କ ଭିତରେ ସୀମିତ ହୋଇ ରହି  ନାହିଁ । ଏହାର ଅନେକ ରାଜନୈତିକ ମୋଡ଼ ଦେଖିବାକୁ ମିଳିଲାଣି । ଭାଷା ଉପରେ ଆଧାର କରି ଓଡ଼ିଶା ରାଜ୍ୟ ଗଠନ ହୋଇଥିବା ବେଳେ ଏବେ ଭାଷାକୁ ନେଇ ବଡ ଦ୍ଵନ୍ଦ ଦେଖା ଦେଲାଣି । 

ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ତୁଟିବ ଏହି ବିବାଦ । କେହି ଏଠି ନଇଁବାକୁ ରାଜି ନାହାନ୍ତି । ଏପରି ପରିସ୍ଥିତିରେ କିପରି କରାଯିବ ସମାଧାନ । ଏଭଳି ପରିସ୍ଥିତିରେ ପ୍ରକୃତି ପୁଣି  ନିଜର ମତ ରଖି ବିବାଦକୁ ଆହୁରି ବଢାଇ ଦେଇଛନ୍ତି । 

ପ୍ରକୃତି କହିଛନ୍ତି ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ପ୍ରଯୋଜକ ସଞ୍ଜୟ ନାୟକ ହିଁ ଦାୟୀ । ତାଙ୍କର ଫିଲ୍ମ ତିଆରି କରିବାର ବିଶେଷ ଦକ୍ଷତା ନାହିଁ । ସବୁ କଳାକାର ଙ୍କୁ ଏପରି ଖରାପ୍ ବ୍ୟବହାର କରିବା ତାଙ୍କର ଅଭ୍ୟାସ । ମନୋଜ ମିଶ୍ର ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗ ଧାଡ଼ିର ଅଭିନେତା । ବ୍ୟକ୍ତିଗତ ରାଗ ରଖି ତାଙ୍କୁ ବ୍ୟାନ କରା ଯାଇଛି । ଯେଉଁଟା କି ସମ୍ପୂର୍ଣ ଭୁଲ୍ ଅଟେ ।

Ollywood

ଓଲିଉଡ୍ ବିବାଦର ସମାଧାନ ହେବ କେମିତି ? ଅଭିନେତା ମନୋଜ ମିଶ୍ର ଓ ପ୍ରଯୋଜକ ସଂଜୟ ନାୟକଙ୍କ ଭିତରେ ଲାଗି ରହିଥିବା ବିବାଦରେ କେବେ ପଡ଼ିବ ପୂର୍ଣ୍ଣଚ୍ଛେଦ ? କାରଣ ଏହି ମାମଲାରେ ପ୍ରତିଦିନ ଆସୁଛି ନୂଆ ନୂଆ ଟ୍ବିଷ୍ଟ । ପୂର୍ବରୁ ଅରିନ୍ଦମଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ହାସ୍ୟ କଳାକାର ଯୋଗେଶ ଜୋଜୋଙ୍କ ମନ୍ତବ୍ୟ ପୁଣି ଥରେ ମାମଲାକୁ କରିଛି ଗୋଳିଆ ।

ବିବାଦରୁ ଦୂରେଇ ଯାଇ ଆପୋଷ ଆଲୋଚନା ମୋଡକୁ ଆସିବା ପାଇଁ ମନୋଜଙ୍କୁ ଅପିଲ୍ କରିବା ଆଳରେ ଜୋରଦାର କଟାକ୍ଷ କରିଛନ୍ତି ଅରିନ୍ଦମ । ସେପଟେ ହାସ୍ୟ କଳାକାର ଜୋଜୋ ମନୋଜଙ୍କ ସପକ୍ଷରେ ଛିଡ଼ା ହୋଇ ବ୍ୟାନ୍‌କୁ କରିଛନ୍ତି ବିରୋଧ ।