ଲୋକପ୍ରିୟ ଓଡ଼ିଆ DJ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ
Sun, 19 Mar 2023

ଓଡ଼ିଶାର ବହୁ ଚର୍ଚ୍ଚିତ ଓଡ଼ିଆ କଳାକାର ତଥା ଲୋକପ୍ରିୟ ଓଡ଼ିଆ DJ ଆଜେକ୍ସଙ୍କ ମୃତ୍ୟୁ ଘଟିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କରିଥିବା ନେଇ ଖବର ସାମ୍ନାକୁ ଆସିଛି। ସେ କାହିଁକି ଏପରି କଲେ ସେ ନେଇ ତଦନ୍ତ କରୁଛି ଖାରବେଳ ଥାନା ପୋଲିସ।
ଆଜେକ୍ସ ଭୁବନେଶ୍ୱର ୟୁନିଟ-୮ ଖାରବେଳ ନଗରରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଆଲେକ୍ସ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଶେଷଥର ପାଇ ସନ୍ଧ୍ୟା ୬.୩୦ ରେ ପରିବାର ଲୋକଙ୍କ ସହିତ ଆଜେକ୍ସ କଥା ହୋଇଥିଲେ। ଏବେ ତାଙ୍କର ମୃତଦେହକୁ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଛି। ଅଧିକ ତଥ୍ୟ ପାଇଁ ମୋବାଇଲ ଫୋନକୁ ନେଇ ତଦନ୍ତ କରୁଛି ପୋଲିସ।