ଥାନା ଭିତରେ ଜୋରଦାର୍ ନାଚ, ମହିଳା ପୋଲିସଙ୍କ ସହ ନାଗିନ୍ ଡାନ୍ସ କଲେ ଥାନା ବାବୁ, ଦେଖନ୍ତୁ ଭିଡିଓ

 
ଥାନା ଭିତରେ ଜୋରଦାର୍ ନାଚ, ମହିଳା ପୋଲିସଙ୍କ ସହ ନାଗିନ୍ ଡାନ୍ସ କଲେ ଥାନା ବାବୁ, ଦେଖନ୍ତୁ ଭିଡିଓ

ଥାନା ଭିତରେ ନାଗିନ୍ ଡାନ୍ସ, ମହିଳା ପୋଲିସଙ୍କ ଥାନା ବାବୁ ଓ ଅନ୍ୟ ପୋଲିସଙ୍କ ଜୋରଦାର ଡାନ୍ସ। ଡ୍ରେସରେ ଲାଗିଛି ହୋଲି ରଙ୍ଗ, ରଙ୍ଗ ଛିଟାରେ ଖାକି ବର୍ଦ୍ଦି ରଙ୍ଗିନ ହୋଇ ଯାଇଥିବା ବେଳେ ମନ ବି ଥିଲା ବେଶ୍‌ ରଙ୍ଗିନ। ହୋଲି ଖୁସିରେ ନାଗିନ୍ ଡାନ୍ସରେ ଝୁମିଲା ଥାନା। 

ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓଟି ହୋଲି ଦିନର ହୋଇଥିବା ବେଳେ ଏହାକୁ ଥାନାର ଜଣେ କର୍ମଚାରୀ ସୁଟିଂ କରିଥିବା ଜଣାପଡ଼ିଛି। ଦେଖନ୍ତୁ ଭିଡିଓ-

ଯାଜପୁର ଜିଲ୍ଲା ପାଣିକୋଇଲି ଥାନାର ଏହି ଘଟଣାଟି। ହୋଲି ରଙ୍ଗ ବୋଳି ହୋଇ ଡ୍ୟୁଟି ପରେ ମନ ଖୁସିରେ ଏପରି ଡାନ୍ସ କରିଥିଲେ ସବୁ ଥାନା କର୍ମଚାରୀ। ମହିଳା କର୍ମୀଙ୍କ ସହ ତାଳ ଦେବାକୁ ପଛାଇ ନ ଥିଲେ ପୁରୁଷ ପୋଲିସ କର୍ମୀ। 

ଖୋଦ ଆଇଆଇସି ମଧ୍ୟ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି ଭିଡିଓରେ । ଥାନାରେ ନାଚ ଘଟଣାକୁ ଆଇଆଇସି ମଧ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ହୋଲି ଦିନ ଆମ ପିଲା ଟିକେ ଡେଇଁଲେ। ଆମର ଆଉ କ’ଣ ଗୋଡ଼ ଅଛି ନାଚିବୁ।”