ସରିଥିଲା ବାହାଘର ହୋଇଥାନ୍ତା ବାସର ରାତି, ହେଲେ କନ୍ୟା କଲା ଏମିତି କାମ ବରକୁ ଉଠେଇନେଲା ପୋଲିସ୍, ଜାଣନ୍ତୁ ପୁରା ଘଟଣା

 
Bara kanya

ଚତୁର୍ଥୀ ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍ ! ଭିଡ଼ିଓ ହେଉଛି ଭାଇରାଲ । ନବବଧୂ ଆଣିଲେ ଏପରି ଅଭିଯୋଗ । ବର ସହିତ ବରର ସାନ ଭାଇଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା......

A

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଦୋମୁହାଣୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହି ଗ୍ରାମର ବାସିନ୍ଦା ଅଟନ୍ତି ନିର୍ମଳ ଚନ୍ଦ୍ର ପରିଡା । ନିର୍ମଳ ତିନି ଦିନ ତଳେ ବିବାହ କରିଥିଲେ ।

ବିବାହ ଉତ୍ସବରେ ଖୁସି ଥିଲେ ସମସ୍ତେ । ଏହି ମଧ୍ୟରେ ଘଟି ଯାଇଛି ଏଭଳି ଘଟଣା । ଶନିବାର ରାତି ପ୍ରାୟ ୯ଟାରେ ନବ ବଧୂଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପେଟ ଯନ୍ତ୍ରଣା ସମୟ କ୍ରମେ ଅସହ୍ୟ ହେବାରୁ ନିର୍ମଳ ଓ ତାଙ୍କ ସାନ ଭାଇ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ।

ସେଠାରେ ପହଞ୍ଚିବା ବେଳକୁ ଡାକ୍ତର ସେଠାରେ ଉପସ୍ଥିତ ନ ଥିଲେ । ଡାକ୍ତର ନିଜ କ୍ୱାର୍ଟରରେ ଥିଲେ । ସିକ୍ୟୁରିଟି ଗାର୍ଡ ଯିବା ସତ୍ତ୍ୱେ ମଧ୍ୟ ଡାକ୍ତର ଆସି ନ ଥିଲେ । ଯାହା ପରେ ନିର୍ମଳ ଓ ତାଙ୍କ ଭାଇ ଡାକ୍ତରଙ୍କ କ୍ୱାର୍ଟରକୁ ଯାଇଥିଲେ ।

କ୍ୱାର୍ଟରରେ ପହଞ୍ଚି କଲିଂ ବେଲ ମାରିବା ପରେ ଡାକ୍ତର କବାଟ ଖୋଲିଥିଲେ । ଯାହା ପରେ ଡାକ୍ତର ଓ ନିର୍ମଳଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହା ଅଧିକ ହେବାରୁ ଦୁଇ ଭାଇ ମିଶି ଡାକ୍ତରଙ୍କୁ ମାରିବାର ଅଭିଯୋଗ ଡାକ୍ତର କରିବା ପରେ ଏବେ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ ।