ସୁନ୍ଦରୀ ଯୁବତୀର ପ୍ରେମରେ‌ ପଡ଼ି ନିଜ ସ୍ତ୍ରୀକୁ ମାରି ବେହୋସ୍ କଲେ‌ ପୋଲିସ୍ ବାବୁ, ଆଉ ତାପରେ ଘଟିଲା ଯାହା, ଜାଣନ୍ତୁ ପୁରା ଖବର

 
Police

ପୋଲିସ ଅପରାଧୀକୁ ଧରିବେ କଣ ନିଜେ ପାଲଟି ଯାଉଛନ୍ତି ଅପରାଧୀ ! ଆଜ୍ଞା ହଁ , ଦିନକୁ ପୋଲିସ ନାମରେ ଅପରାଧ ଦେଖିବାକୁ ମିଳୁଛି । ବର୍ତ୍ତମାନର ପୋଲିସ ଅପରାଧୀଙ୍କ ପଛରେ କମ୍ ସୁନ୍ଦରୀ ଝିଅଙ୍କ ପଛରେ ବେଶୀ ପଡୁଛନ୍ତି । 

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

Police

ଏମିତି କିଛି ଅଭିଯୋଗ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ । ବାଲେଶ୍ଵର ବାସିନ୍ଦା ହେଉଛନ୍ତି ବିଜୟ ଦାସ । ବିଜୟ ଓ ଅନ୍ନପୂର୍ଣ୍ଣା ଦୁହେଁ ସ୍ୱାମୀ ସ୍ତ୍ରୀ ଅଟନ୍ତି । ବିଜୟ ବାରିପଦା ବାଟାଲିଆନରେ କନେଷ୍ଟବଳ ଭାବେ କାମ କରନ୍ତି । 

ବିଜୟ ବିବାହ କରିବା ସତ୍ତ୍ୱେ ଭଲ ପାଇ ବସନ୍ତି ପ୍ରିୟଦର୍ଶିନୀ ସାହୁଙ୍କୁ । ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠେ ଅନୈତିକ ସମ୍ପର୍କ । ଯାହାଙ୍କ ବିଷୟରେ ପତ୍ନୀ ଅନ୍ନପୂର୍ଣ୍ଣା ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଯାଏ କଳହ । 

ଅନ୍ନପୂର୍ଣ୍ଣା ବିଜୟଙ୍କ ନାଁରେ ଥାନାରେ ଅଭିଯୋଗ କରିବାରୁ ବିଜୟ ତାଙ୍କୁ ମାରି ବେହୋଶ କରି ଦେଇଥିଲେ । ଏହା ପରେ ବିଜୟ ତାଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ ।