ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ ଲୋକଙ୍କୁ ମିଳିବ ନୂଆ ଘର, ବାହାରିଲା ନୂଆ ଲିଷ୍ଟ

 
pm-awas-yojana-odisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ନୂଆ ଅପଡେଟ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ରାଜ୍ୟରେ ୫ ଲକ୍ଷ ନୂଆ ଘର ନିର୍ମାଣ କରିବାକୁ ଯୋଜନା କରିଛନ୍ତି ସରକାର। ଏ ଯୋଜନା କେଉଁମାନେ ଲାଭବାନ ହେବେ ଆସନ୍ତୁ ଜାଣିବା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଭାବେ PMAY ଯୋଜନାରେ ୫ ଲକ୍ଷ ଘର ମାଗିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। 

୫ ଲକ୍ଷ ଘର ପାଇଁ କେନ୍ଦ୍ର ବଜେଟରେ ଆବଣ୍ଟନ କରାଯାଉ ବୋଲି କନକବର୍ଦ୍ଧନ କହିଛନ୍ତି। କେନ୍ଦ୍ର ସରକାର ଅନୁମୋଦନ କଲେ ରାଜ୍ୟରେ ୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଘର ଯୋଗାଇ ଦିଆଯାଇ ପାରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏଭଳି ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି, ଯେଉଁମାନେ ଘରଟିଏ ତିଆରି କରିବାକୁ ଆର୍ଥିକ ଭାବରେ ସକ୍ଷମ ନୁହଁନ୍ତି। 

प्रधानमंत्री आवास योजना ग्रामीण में अपना नाम पता करना है बेहद आसान, ऐसे  करें ऑनलाइन चेक | Zee Business Hindi

ଏଭଳି ଲୋକଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ଧନରାଶି ପ୍ରଦାନ କରାଯାଉଛି। ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲକ୍ଷ୍ୟ ହେଉଛି ଗରିବ ଜନ ସାଧାରଣଙ୍କୁ ପକ୍କା ଘର ଯୋଗାଇ ଦେବା। 

ଚାଳ ଛପର ଘରେ ରହୁଥିବା ଗରିବ ଜନସାଧାରଣଙ୍କୁ ପକ୍କା ଘରଟିଏ ତିଆରି କରିବାକୁ ଯେଭଳି କିଛି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି ସରକାର। ଯଦି ଆପଣ ବି ଯୋଗ୍ୟ ପ୍ରାର୍ଥୀ ଭାବେ ଆବେଦନ କରିଥିଲେ। ଜାରି ହୋଇଥିବା ନୂଆ ଲିଷ୍ଟରେ ଆପଣଙ୍କ ନାଁ ଚେକ କରି ପାରିବେ। 

ଏହି ଯୋଜନାର ଲାଭ ପାଇବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି । ଏହି ଯୋଜନାରେ ସାମିଲ ହେବାକୁ ହେଲେ ପରିବାର ଆୟ ୩ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ। ସେହିଭଳି ପରିବାରର ମୁଖ୍ୟଙ୍କ ନାମରେ ପକ୍କାଘର ରହିଥିଲେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।