ଝିଅମାନଙ୍କ ଅଜବ୍ ପ୍ରୟାସ: ଲୋକଙ୍କୁ ଅଟକାଇ ମାଗୁଛନ୍ତି ଟଙ୍କା, ନଥିଲେ କହୁଛନ୍ତି କର ଡିଜିଟାଲ ପେମେଣ୍ଟ, ଜାଣନ୍ତୁ କାହିଁକି

 
Maguchnti tanka

ବର୍ତ୍ତମାନ ଆସୁଛି ପାର୍ବଣ ଋତୁ, ଏହାରି ଭିତରେ ଝିଅମାନଙ୍କର ପ୍ରମୁଖ ପର୍ବ କୁମାର ପୂର୍ଣ୍ଣିମା ମଧ୍ୟ ଆସୁଛି। ଯାହାକୁ ପାଳନ କରିବା ପାଇଁ କୁମାରୀ ଝିଅମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଲାଣି। ଏହି ଉତ୍ସବରେ ଓଷା କରିବା ଏବଂ ସାଙ୍ଗ ସାଥିମାନଙ୍କ ସହିତ ମଉଜ କରିବା ପାଇଁ କୁମାରୀମାନଙ୍କର ସଜବାଜ ଏବେଠାରୁ ଆରମ୍ଭ ହୋଇଗଲାଣି।

Girls

କୁମାର ପୂର୍ଣ୍ଣିମା ସମୟରେ ଝିଅମାନେ ରଶି ବାନ୍ଧି ରାସ୍ତା ଅଟକାଇ ଚାନ୍ଦା ଆଦାୟ କରୁଥିବା ତ ସମସ୍ତେ ଦେଖିଥିବେ ନିଶ୍ଚିତ। କିନ୍ତୁ, କେନ୍ଦ୍ରାପଡା ଅଞ୍ଚଳରୁ ଏକ ଭିନ୍ନ ପ୍ରକାରର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଚାନ୍ଦା ଆଦାୟ କରାଯାଉଛି।

Digital payment

କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ସତ ଅଟେ। ପୂର୍ବରୁ ଦଉଡି ବନ୍ଧା ଦେଖି ପଇସା ନଥିବା ଆଳରେ ଖସିଯାଉଥିବା ଲୋକେ ଏବେ ଆଉ ଖସିପାରିବେ ନାହିଁ। ପକେଟରେ ଟଙ୍କା ନଥିଲେ ଆପଣ ଏବେ ସେମାନଙ୍କୁ ଡିଜିଟାଲ ପେମେଣ୍ଟ ମଧ୍ୟ କରିପାରିବେ।