"ପାଣ୍ଡିଆନ ଦଳରେ ମିଶିବା ପରେ ଉପରେ ହସୁଛନ୍ତି ବିଜେଡ଼ି ନେତାଙ୍କ" କାହିଁକି ଏମିତି କହିଲେ ପ୍ରଦୀପ ପାଣିଗ୍ରାହୀ? ଜାଣନ୍ତୁ

 
Bjd

ଏଠି ଆଜି ବିରୋଧୀ ଚୁପ୍ ଆଉ ଦଳୀୟ ନେତା ବି ଚୁପ୍ । କାରଣ ସମସ୍ତେ ଜାଣିଲେଣି ଯେ ଯିଏ ଏଠି ମୁହଁ ଖୋଲିବ ସିଏ ମୂଳରୁ ଯିବ । ହେଲେ ତେବେ ସବୁ ପରେ ମଧ୍ୟ କିନ୍ତୁ ଚୁପ୍ ରହି ନାହାନ୍ତି ପ୍ରଦୀପ ପାଣିଗ୍ରାହୀ । ସେ ପୂର୍ବରୁ ଏହାକୁ ଗଠନମୂଳକ ଭାବେ ବିରୋଧ କରିଥିଲେ  , ବର୍ତ୍ତମାନ ମଧ୍ୟ କରୁଛନ୍ତି ।

ଯାଇ

ପାଣ୍ଡିଆନଙ୍କୁ ନେଇ ପୂର୍ବରୁ ଓଡ଼ିଶାର ରାଜନୀତିରେ ବିରୋଧୀ ମନୋଭାବ ଦେଖା ଦେଉଥିଲା । କିଏ ବିରୋଧ କରୁଥିଲା, ସେ ଜଣେ ପ୍ରଶାସନିକ ଅଧିକାରୀ ବୋଲି ତ କିଏ ବିରୋଧ କରୁଥିଲା ସେ ଓଡ଼ିଶା ରାଜ୍ୟର ବାସିନ୍ଦା ନୁହଁନ୍ତି ବୋଲି ।

ପୁଣି ଆଉ କେହି ତାଙ୍କର କୋଟି କୋଟି ରାଜସ୍ବ ଖର୍ଚ୍ଚ କରି ଜିଲ୍ଲା ପରିଭ୍ରମଣକୁ ନେଇ ବିରୋଧ କରୁଥିଲା । ହେଲେ ନିଜ ପ୍ରଶାସନିକ କ୍ୟାରିଅରରୁ ବିରତି ନେଇ ସେ ବନ୍ଦ କରି ଦେଇଥିଲେ ସମସ୍ତଙ୍କ ମୁହଁ ।

ନିକଟରେ ସେ ବିଜେଡିରେ ଅଫିସିଆଲି ମିଶିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ବିଜେଡିର କର୍ମକର୍ତ୍ତା , ବଡ ବଡ ନେତା ଉପସ୍ଥିତ ଥିଲେ । ଏପରି ଏକ ସମୟର ବାସ୍ତବତାକୁ କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ସେ କହିଛନ୍ତି , ବିଜେଡ଼ି ନେତା ମାନେ କେବଳ ମୁହଁରେ ହସୁଛନ୍ତି । ହେଲେ ତାଙ୍କର ଦୁଃଖ ପୁରା ତନ୍ଟି ଯାଏଁ ରହିଛି । ନା କହି ପାରୁଛନ୍ତି ନା ସହି ପାରୁଛନ୍ତି । ବର୍ତ୍ତମାନ ଯାହା ଓଡ଼ିଶାରେ ଚାଲିଛି ସେଥି ପାଇଁ କେବଳ ନବୀନ ପଟ୍ଟନାୟକ ହିଁ ଦାୟୀ । ନିଜ ସ୍ୱାର୍ଥ ପାଇଁ ଦରକାର ପଡିଲେ ଏହି ନେତା ମାନେ ଓଡ଼ିଶାକୁ ବି ବିକି ଦେବେ ।