​​​​ଚତୁର୍ଥୀରେ ଶାଶୂଘରେ କାନ୍ଦୁଛି ଝିଅ, ଏପଟେ ସବୁଦିନ ପାଇଁ ଝିଅକୁ ଛାଡି ଚାଲିଗଲେ ବାପା ମା, ଜାଣନ୍ତୁ ପୁରା ଘଟଣା

 
Jhia bapa maa

କଟକ ଜିଲ୍ଲାରେ ଘଟି ଯାଇଛି ଏପରି ଏକ ହୃଦୟବିଦାରକ ଘଟଣା । ମୃତ୍ୟୁ ବାପ ମା ଦୁହିଁଙ୍କୁ ଏକା ସାଙ୍ଗରେ ନେଇ ଯାଇଛି । ନବ ବିବାହିତା ଝିଅର ଚତୁର୍ଥୀ ନ ସରୁଣୁ ଏପଟେ ବାପା ମାଆ ଚାଲି ଯାଇଛନ୍ତି ଆର ପାରିକୁ । ଝିଅ ଖାଲି ଗୁମୁରି ଗୁମୁରି କାନ୍ଦୁଛି । 

Marriage

ସତରେ ଭଗବାନ୍ କାହିଁକି ଏତେ ବଡ ଦୁଃଖ ଦିଅନ୍ତୁ ମଣିଷକୁ । ଝିଅର ବାହାଘରକୁ ଚାରି ଦିନ ନ ପୁରୁଣୁ କାହିଁକି ସାଙ୍ଗ ହୋଇ ଜୀବନ ହାରି ଦେଲେ ମା ବାପା । ଏମିତି କଣ ସେମାନଙ୍କ ସହିତ ଘଟିଲା ଯେ ଏତେ ବଡ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ସେମାନେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ସୋନିଆ ଗାଆଁର । ସେଠାକାର ବାସିନ୍ଦା ନିତ୍ୟାନନ୍ଦ ମହାପାତ୍ରଙ୍କ ଝିଅ ସଂଯୁକ୍ତା ମହାପାତ୍ର ଗତ ତିନି ଦିନ ତଳେ ଅନ୍ୟ ଜାତିରେ ବିବାହ କରିଥିଲେ । ଏହି ବିବାହରେ ବାପା ନିତ୍ୟାନନ୍ଦ ଓ ମାଆ ଶାନ୍ତିଲତା ରାଜି ଥିବା ବେଳେ ପୁଅ କିନ୍ତୁ ଏଥିରେ ରାଜି ନ ଥିଲେ । 

ବାହାଘର ପରେ ଝିଅକୁ ଦେଖିବା ପାଇଁ ଝିଅ ଶାଶୁ ଘରକୁ ବାପା ମା ଦୁହେଁ ସାଙ୍ଗ ହୋଇ ଯାଇଥିଲେ । ସେଠାରୁ ଫେରିବା ପରେ ପୁଅ ବାପା ମାଙ୍କୁ ବହୁ ଗାଳି ଗୁଲଜ କରିଥିଲେ । ଯାହାକୁ ସହି ପାରି ନ ଥିଲେ ବାପ ମା । ଯେଉଁଥି ପାଇଁ ଏପରି ନିଷ୍ପତ୍ତି ନେଇଥିଲେ ବାପା ମା ।

Ambulance

ହେଲେ ସଂଯୁକ୍ତାଙ୍କ ଉପରେ ଯେପରି ଦୁଃଖର ପାହାଡ ଛିଡି ପଡିଛି । ସଂଯୁକ୍ତା ଙ୍କର ପ୍ରଥମ ବିବାହ ବିଫଳ ହେବା ପରେ ଏହା ତାଙ୍କର ଦ୍ଵିତୀୟ ବିବାହ ଥିଲା । ଯାହା ପରେ ଘଟି ଯାଇଛି ତାଙ୍କ ସହ ଏଭଳି ଘଟଣା । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି ।