ପରକୀୟା ପ୍ରୀତିରେ ବାଧା ସାଜୁଥିଲା ସ୍ୱାମୀ, ସେଥିପାଇଁ ସ୍ତ୍ରୀ ରଚିଲା ଏଭଳି କାଣ୍ଡ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଘଟଣା

 
Swami stree

ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲା ସ୍ତ୍ରୀ , ଯେଉଁଥି ପାଇଁ ଅନେକ ସମୟରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଲାଗି ରହୁଥିଲା କଳହ । ନିଜ ପ୍ରେମିକ ସହିତ ଦେଖା କରିବାରେ ସ୍ଵାମୀ ବାଧା ସୃଷ୍ଟି କରିବାରୁ ସ୍ୱାମୀକୁ ସବୁ ଦିନ ପାଇଁ ବାଟରୁ ହଟାଇ ଦେଇଛି ସ୍ତ୍ରୀ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମପଞ୍ଚାୟତର ବେରିଖି ଗାଁରେ । ସେହି ଗ୍ରାମର ବାସିନ୍ଦା ଅଟନ୍ତି ବନବିହାରୀ ଜେନା । ବନବିହାରୀ ତାମିଲନାଡୁର ଏକ କମ୍ପାନୀରେ କାମ କରନ୍ତି ।

R

ଗତ ଦୁଇ ମାସ ହେବ ସେ କମ୍ପାନୀ ନ ଯାଇ ଘରେ ଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି । ବନବିହାହାରୀଙ୍କ ସ୍ତ୍ରୀ ବନିତା ଜେନାଙ୍କର ସେହି ଗ୍ରାମର ବାବୁଲି ଜେନାଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା ।

ଅଭିଯୋଗ ଅନୁସାରେ ଏହାକୁ ଦେଖି ଦେଇଥିଲେ ସ୍ଵାମୀ ନିଜ ଆଖିରେ । ଯେଉଁଥି ପାଇଁ ସବୁ ଦିନ ପାଇଁ ସ୍ତ୍ରୀ ନିଜ ରାସ୍ତାରୁ ହଟାଇ ଦେଇଛି ସ୍ବାମୀଙ୍କୁ । ଏଭଳି ଏକ ଅଭିଯୋଗ ଆଣିଛନ୍ତି ବନବିହାରୀଙ୍କ ଭାଇ ତାଙ୍କ ଭାଇବୋହୂ ନାଁରେ ।