ସୁନ୍ଦରୀ ମହିଳାଙ୍କ ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ, ସ୍କୁଲରୁ ଫେରି ମା’ର ଶରୀର ଦେଖି କାନ୍ଦୁଛି ଝିଅ, ଜାଣନ୍ତୁ ପୁରା ଘଟଣା
ମେଡିକାଲ ଆଗରେ ଭୋ ଭୋ ହୋଇ କାନ୍ଦୁଛି ଝିଅ । ଆଗରେ ପଡ଼ି ରହିଛି ତାର ମାଆର ମୃତ ଦେହ । କୁନି ଝିଅଟିର କାନ୍ଦ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି । ଆପଣ ବି କହିବେ ଭଗବାନଙ୍କର ଏ କେମିତିକା ନ୍ୟାୟ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଅଭିଯୋଗ ଅନୁସାରେ ଝିଅଟିର ବାପା ହିଁ ତାର ମାଆକୁ ମାରି ଦେଇଛି । ତା ପୁଣି ପରକୀୟା ପ୍ରୀତି ପାଇଁ । ସତରେ ଏ ମଣିଷ ନା ପଶୁ ? ନିଜ ସ୍ତ୍ରୀକୁ ମାରିବା ପୂର୍ବରୁ ଥରୁଟିଏ ହେଲେ ତାର କୁନି କୁନି ଝିଅଙ୍କ କଥା ତାର କଣ ମନେ ପଡ଼ିଲାନି ?
ତେବେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ସକାଳେ ଝିଅଟି ତା ମାଆକୁ କିଛି ସମୟ ପାଇଁ ଛାଡି ସ୍କୁଲ ଯାଇଥିଲା , ହେଲେ ଝିଅ ଫେରିଲା ବେଳକୁ ତା ମାଆ ଏ ଦୁନିଆ ଛାଡି ଚାଲି ଯାଇଛି ।
ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ତାଙ୍କ ଭିଣୋଇ ହିଁ ତାଙ୍କ ଭଉଣୀର ହତ୍ୟା କରିଛନ୍ତି । ତାଙ୍କ କହିବା ଅନୁସାରେ ଅଭିଯୁକ୍ତ ଭିଣୋଇର ନାମ ହେଉଛି ଅଶୋକ କୁମାର ବିଶ୍ବାଳ ଏବଂ ଭଉଣୀଙ୍କ ନାମ ଜୟନ୍ତୀ ଜେନା । ଦୁହିଁଙ୍କ ବିବାହ ୨୦୦୭ ରେ ହୋଇଥିବା ବେଳେ ଦୁହିଁଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି କି , ଝିଅ ହେବା ପରେ ପରେ ସେ ତାଙ୍କର ପରକୀୟା ପ୍ରୀତି ଆରମ୍ଭ କରି ଦେଇଥିଲେ । ଅନିତା ନାୟକ ନାମକ ଜଣେ ମହିଳାଙ୍କ ସହ ସେ ଅନୈତିକ ସମ୍ପର୍କ ରଖିଥିଲେ । ଏ ବିଷୟରେ ଜାଣିବା ପରେ ପୂର୍ବରୁ ମଧ୍ୟ ଥରେ ତାଙ୍କ ନାମରେ ଏଫ୍ଆଇଆର ଦିଆ ଯାଇଥିଲା ।
ଯାହା ପରେ ସେ ଆଗକୁ ଏପରି କରିବେ ନାହିଁ ବୋଲି କହିଥିଲେ ପୋଲିସ ଆଗରେ । କିନ୍ତୁ ବର୍ତ୍ତମାନ ସେ ତାଙ୍କ ପରକୀୟା ପ୍ରୀତି ପାଇଁ ହିଁ ତାଙ୍କ ଭଉଣୀଙ୍କୁ ଶ୍ୱାସରୁଦ୍ଧ କରି ମାରି ଦେଇଛନ୍ତି ବୋଲି ମୃତ ଜୟନ୍ତିଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ପୋଲିସ ଏ ନେଇ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।