ପାଣ୍ଡିଆନଙ୍କ ରାଜନୀତି ଖେଳର ପ୍ରଭାବ ପାଇଁ ପଟ୍ଟନାୟକ ପରିବାର ଏବେ ୩ ଫାଳ, ଏବେ କଣ ହେବ? ଜାଣନ୍ତୁ ପୁରା ଖବର

 
Pattnaik

ପାଣ୍ଡିୟାନଙ୍କୁ ନେଇ କେବଳ ରାଜନୀତିରେ ନୁହେଁ,ପରିବାରରେ ବି ଦେଖା ଦେଲାଣି ବିବାଦ। ସମ୍ବାଦରେ EOW ର ଚଢାଉ ପରେ ରାଜନୀତି ଏବେ ବେଶ୍ ସରଗରମ। ବିଜେଡିର ଏପରି ଚଢାଉ ପରେ ଏବେ କଂଗ୍ରେସ ଓ ବିଜେପି କିନ୍ତୁ ସୌମ୍ୟଙ୍କ ପଟେ। ପ୍ରଥମରୁ ଏବେ ମଧ୍ୟ ସୌମ୍ୟ ପାଣ୍ଡିୟାନ ବିରୋଧୀ ମତ ଦେଉଥିବା ବେଳେ ନିରଞ୍ଜନ ପଟ୍ଟନାୟକ କିନ୍ତୁ ନବୀନଙ୍କୁ ଖେଳର ସୂତ୍ରଧର ବୋଲି କହିଛନ୍ତି। ହେଲେ ଝିଅ ତନୟା ସମସ୍ତ ଦୋଷ ପାଣ୍ଡିୟାନଙ୍କୁ ହିଁ ଦେଇଛନ୍ତି।

Niranjan Soumya Ranjan

ଦୁର୍ନୀତିର ଏତେ ବଡ଼ ଖୁଲାସା ପରେ ମଧ୍ୟ ସୌମ୍ୟ କିନ୍ତୁ ନବୀନଙ୍କ ବିରୋଧୀ କୌଣସି ମନ୍ତବ୍ୟ ରଖି ନାହାଁନ୍ତି। ତାଙ୍କ ଟାର୍ଗେଟ ରେ କେବଳ ପାଣ୍ଡିୟାନ। ସୌମ୍ୟଙ୍କ କହିବା ଅନୁସାରେ ପଣ୍ଡିୟାନ ଜାଣିଛନ୍ତି ଓଡ଼ିଶାରେ ରାଜ କରିବାକୁ ହେଲେ ଗଣତନ୍ତ୍ରର କଣ୍ଠରୋଧ କରିବାକୁ ହେବ। ଏହା ସବୁ ପୂର୍ବ ପ୍ରସ୍ତୁତି ଯୋଜନା ଅଟେ ପାଣ୍ଡିଆନଙ୍କର। ନବିଙ୍କ ସରଳତାର ସୁଯୋଗ ନେଇ ପରିସ୍ଥିତିର ବେଶ୍ ଫାଇଦା ଉଠାଉଛନ୍ତି ପାଣ୍ଡିଆନା ଓଡ଼ିଶାରେ ସମସ୍ତ ରାଜନୈତିକ ବିଦ୍ୱେଷ ପାଇଁ ପାଣ୍ଡିଆନ।

Ftt

ସୌମ୍ୟଙ୍କ ଝିଅ ତନୟା ମଧ୍ୟ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି। ତନୟା ଟୁଇଟ କରି ଲେଖିଛନ୍ତି ଏ ଯାହା କିଛି ବି ଆମ ସହିତ ହେଉଛି ସେଥିପାଇଁ ଦାୟୀ କେବଳ ପାଣ୍ଡିଆନ୍। ତାଙ୍କର ଆମ ପ୍ରତି ଏପରି ବିଦ୍ୱେଷ ମନୋଭାବ ହେତୁ ଗଣତନ୍ତ୍ର ବି ବଳି ପଡିଯାଉଛି। ଏପରି ଘଟଣା ଦେଖି ମୋତେ ଦୁଃଖ ଲାଗୁଛି ହେଲେ ଆଶ୍ଚର୍ଯ୍ୟ ଲାଗୁ ନାହିଁ ।

କିନ୍ତୁ ନିରଞ୍ଜନ ପଟ୍ଟନାୟକଙ୍କ ମତ ରହିଛି ସମ୍ପୂର୍ଣ ଭିନ୍ନ। ସେ ପାଣ୍ଡିଆନଙ୍କୁ ନୁହେଁ ବରଂ ନବୀନଙ୍କୁ ଖେଳର ସୁତ୍ରଧର ବୋଲି କହିଛନ୍ତି। ସୌମ୍ୟଙ୍କୁ ଦଳରୁ କଢ଼ା ଯିବା ହେଉକି ସମ୍ବାଦ ଭବନ ଉପରେ ଚଢ଼ାଉ ସବୁଥିରେ ନବୀନଙ୍କ ସହମ୍ମତି ରହିଛି।