ରାଜନୀତିକୁ ଘେରିଛି ପାଣ୍ଡୀଆନଙ୍କ ଚିନ୍ତା, ଆଇଏଏସର ଅଭିଜ୍ଞତା ଆପ୍ଲାଏ ହେଉଛି କି ରାଜନୀତିରେ! ଜାଣନ୍ତୁ ପୁରା ଖବର

 
Pandian

୨୦ ରେ ଆବେଦନ ୨୩ ରେ ମିଳିଲା ମଞ୍ଜୁରୀ । ଏପଟେ ପୁଣି ୧୨ ଘଣ୍ଟା ନ ପୂରୁଣୁ ମିଳିଲା କ୍ୟାବିନେଟ୍ ର ପାହ୍ୟା। ସରକାରୀ ଚାକିରି ଛାଡ଼ିଲେ ରାଜନୀତିରେ କଲେ ଏଣ୍ଟ୍ରି। ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ କ୍ଷମତାରେ ହେଲା ବୃଦ୍ଧି । ଏଥର ଯେମିତି ଚାହିଁବେ ଓଡ଼ିଶାର ରାଜନୀତିକୁ ସେମିତି ନଚେଇ ପାରିବେ। ନା ଥିବେ ବିରୋଧୀ ନା ଉଠିବ ପ୍ରଶ୍ନ ।

ସି

ସବୁଦିନ ପାଇଁ ମୁହଁ କରି ଦେଲେ ବନ୍ଦ । ଆଗକୁ ଆଉ କେହି କହିବେ ନି ସିଭିଲ୍ ସର୍ଭ୍ୟାନ୍ଟ ହୋଇ କରୁଛନ୍ତି ରାଜନୀତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ୨୦୦୦ ମସିହାର ଆଇଏସ ଅଫିସର୍ କାର୍ତ୍ତିକେୟନ ପାଣ୍ଡୀଆନ୍ ଓ ତାଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ୍ ପାଣ୍ଡୀଆନ୍  ଏ ଜାଏଁ ପୁରା କରି ନାହାନ୍ତି ନିଜ ଟ୍ରେନିଂ । ଏଥିରୁ ଜଣା ପଡିଛୁ ନବୀନ ଛତ୍ର ଛାୟାର ବେଶ୍ ଫାଇଦା ଉଠାଇଛନ୍ତି ପାଣ୍ଡୀଆନ୍।

ରାଜ୍ୟ ସପୋର୍ଟ ଦେବା କଥା ତ ବୁଝା ପଡୁଛି । ହେଲେ କେନ୍ଦ୍ର ବି କାହିଁକି ଚୁପ୍ ରହିଛି  ଏ ନେଇ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏପରି କେଉଁ ଚୁକ୍ତି ଅନୁସାରେ ପାଣ୍ଡୀଆନଙ୍କୁ ଏପରି ଖୋଲା ଛାଡ଼ି ଦିଆ ଯାଉଛି । 

ଆଇନ୍ ଜିବୀ ନିର୍ଭୟ କୁମାର ଙ୍କ ଦାବି ଅନୁସାରେ ପାଣ୍ଡୀଆନ ଓ ତାଙ୍କ ପତ୍ନୀ ସୁଜାତା ଏବଂ ଏଓ ତିନି ଜଣ ୨୦୦୦ ମସିହାର ଆଇଏସ ଅଫିସର୍ ରହିଥିବା ବେଳେ ଏ ଯାଏଁ ପୁରା କରି ନାହାନ୍ତି ନିଜର ଇଣ୍ଟର ଷ୍ଟେଟ ଟ୍ରେନିଂ । ସେ ଏହି ତଥ୍ୟ ଆର୍ଟିଓ ରୁ ସଂଗ୍ରହ କରିଛନ୍ତି । ଏହି ତଥ୍ୟ ପାଇବା ପରେ ସେ ରାଜ୍ୟର ସ୍ୱାର୍ଥରେ କେନ୍ଦ୍ରକୁ ଏକ ଲିଖିତ ଆବେଦନ ଜାରି କରିଥିଲେ । ତାଙ୍କର ଏହି ଆବେଦନ ପରେ କେନ୍ଦ୍ର ପାଣ୍ଡୀଆନ ଙ୍କୁ ଏକ ନୋଟିସ୍ ମଧ୍ୟ ପଠାଇ ଥିଲା । ଏହି ନୋଟିସ୍ ର ସମୟ ସୀମା ପୁରା ହେବା ପୂର୍ବରୁ ପାଣ୍ଡୀଆନ ସ୍ବେଚ୍ଛାକୃତ ଭାବେ ଅବସର ନେଇ ସାରିଛନ୍ତି ।

Pandian

ଯାହାକୁ ଅତି ସହଜରେ ଗ୍ରହଣ କରି ନେଇଛି କେନ୍ଦ୍ର । ପାଣ୍ଡୀଆନ ଜାଣିଥିଲେ ସର୍ଭିସରେ ରହିଲେ କେନ୍ଦ୍ରର ଏହି ନୋଟିସ୍ ଅନୁଯାୟୀ ତାଙ୍କୁ ଟ୍ରେନିଂ ପାଇଁ ଯିବାକୁ ପଡ଼ିବ । ଯେଉଁଥି ପାଇଁ ତାଙ୍କୁ ଓଡ଼ିଶା ଛାଡ଼ିବାକୁ ପଡ଼ିବ । ଆଗକୁ ନିର୍ବାଚନ ଆସୁଥିବା ବେଳେ ଏପରି ରିସ୍କ ନେବା ପାଇଁ ବୋଧେ ଉଚିତ୍ ମନେ କଲେନି ପାଣ୍ଡୀଆନ ।