ବିଜେଡିର ଦଳୀୟ ସଦସ୍ୟ ହେଲେ ପାଣ୍ଡିଆନ, ଆଗକୁ ଲଢ଼ିବେକି ନିର୍ବାଚନ? ଜାଣନ୍ତୁ ପୁରା ଖବର

 
Bjd

ଖୁବ୍ ଶୀଘ୍ର ଦଳରେ ମିଶିବାକୁ ଯାଉଛନ୍ତି ଭି. କେ ପାଣ୍ଡିଆନ । ଦଳ ଏକ ନୂଆ ସଦସ୍ୟଙ୍କୁ କରିବାକୁ ଯାଉଛି ଭବ୍ୟ ସ୍ଵାଗତ । ପ୍ରଥମରେ ପାଣ୍ଡିଆନଙ୍କୁ ନେଇ ଅନେକ ବିରୋଧ ଦେଖା ଦେଇଥିଲେ ମଧ୍ୟ ଏବେ କିନ୍ତୁ ପରିସ୍ଥିତିରେ ଦେଖିବାକୁ ମିଳିଛି ଭିନ୍ନ ରୂପ । ସମସ୍ତେ ଏବେ ସ୍ଵାଗତ କରୁଛନ୍ତି ପାଣ୍ଡିଆନଙ୍କୁ ଓ ପ୍ରଶଂସା କରୁଛନ୍ତି ତାଙ୍କ କାର୍ଯ୍ୟକୁ ।

Pandian

ପାଣ୍ଡିଆନ ସିଭିଲ ସର୍ଭିସରୁ ଅବସର ନେବା ପର ଠାରୁ ଚାରିଆଡେ ଦେଖା ଦେଇଛି ପ୍ରାୟ ଶାନ୍ତ ପରିବେଶ । ନା ଆଉ ସୁଭୁଛି ବିରୋଧୀଙ୍କ ବିରୋଧ ନା ଦଳ ମଧ୍ୟରେ ମତଭେଦ । ସମସ୍ତେ ପ୍ରାୟ ଏବେ ମିଳି ମିଶି ରହୁଛନ୍ତି ପାଣ୍ଡିଆନଙ୍କ ସହ ।

୨୦୦୧ ମସିହାରେ ଆଇଏସ ଅଫିସର୍ ଥିଲେ ଭି. କେ ପାଣ୍ଡିଆନ । ପ୍ରଥମେ ପଞ୍ଜାବ ଓ ପରେ ଓଡ଼ିଶାରେ ଆରମ୍ଭ କରିଥିଲେ ସେ ନିଜର ସିଭିଲ ସର୍ଭିସ କ୍ୟାରିଅର । ଓଡ଼ିଶାରେ ତାଙ୍କର କାର୍ଯ୍ୟ ଓ ବ୍ୟକ୍ତିତ୍ଵରେ ଖୁବ୍ ପ୍ରଭାବିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ବର୍ତ୍ତମାନ ନବୀନଙ୍କ ଶିଷ୍ୟ କୁହାଯାଉଛି ।

ଗୋଟିଏ ପରେ ଗୋଟିଏ ପଦ ଉନ୍ନତି ପାଇଁ ସେ ନବୀନ ଓଡ଼ିଶାରେ ଶେଷରେ ସିଭିଲ ସର୍ଭିସ ଛାଡ଼ି ୫ଟି ସଚିବର ମୁଖ୍ୟ ଅଧ୍ୟକ୍ଷ ଭାବେ ଭାର ସମ୍ଭାଳିବା ଆରମ୍ଭ କରିଥିଲେ । ହେଲେ ଏବେ ସୂଚନା ମିଳିଛି ଯେ ସେ ଅଫିସିଆଲି ଦଳର ସଦସ୍ୟ ପଦ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା ପାଣ୍ଡିଆନଙ୍କ ସର୍ବୋଚ୍ଚ ପଦ କଣ ରହୁଛି ।