ବାହାରକୁ ଶିକ୍ଷାନୁଷ୍ଠାନ ଭିତରେ ଚଲାଇଥିଲେ ରଙ୍ଗଶାଳା! ଖୋଲୁଛି ଅଚ୍ୟୁତ ସାମନ୍ତଙ୍କ ରାଜ୍, ଜାଣନ୍ତୁ

 
Kiit

କିଟ ବିଶ୍ବବିଦ୍ୟାଳୟରେ ନେପାଳି ଛାତ୍ରୀ ଆତ୍ମହତ୍ୟା କରିବା ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ମାଡ ମରାଯିବା ଘଟଣାକୁ ନେଇ ସରକାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଫେରାଦ କରାଇଛନ୍ତି। ହେଲେ ଅଚ୍ୟୁତ ବିଭିନ୍ନ ଫନ୍ଦି ଫିକର ଦେଖାଇ ଆଇନର ଗଳା ବାଟ ଖୋଜିବାରେ ଲାଗିଛନ୍ତି। ତଦନ୍ତ କରୁଥିବା ଅଧିକାରୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେବାକୁ ସେ ପ୍ରସ୍ତୁତି ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଏବେ କିଟ କଲେଜର ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ତଳିଆ କର୍ମଚାରୀଙ୍କୁ ସବୁ ପ୍ରକାରର ନିର୍ଯ୍ୟାତନା ମିଳୁଥିବା ନେଇ ଏବେ ଖବର ଆସିଛି । ଶୋଷଣର ସବୁ ସୀମା ଲଂଘି ଥିଲା ଅଚ୍ୟୁତଙ୍କ କଳା ସାମ୍ରାଜ୍ୟ । ଏହି ସବୁ ନିର୍ଯ୍ୟାତନା ଯଦି ଆପଣମାନେ ଭାବୁଥିବେ କି ଅଚ୍ୟୁତଙ୍କ ଅଜାଣତରେ ହେଉଥିଲା ।

Kiit university

ତାହେଲେ ଏହା ଭାବିବା ଭୁଲ ଅଟେ । ଏକ ଭାଇରାଲ୍ ଭିଡିଓରେ କର୍ମଚାରୀ ଜଣକ ତଳିଆ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ସେ ହେଉଛନ୍ତି ଅଚ୍ୟୁତ ସାମନ୍ତଙ୍କ ପିଲାଦିନର ସାଙ୍ଗ । ଏହି ସାଙ୍ଗ ଜଣକ କିଏ ଆପଣମାନେ ଜାଣିଛନ୍ତି କି ? ତଳିଆ କର୍ମଚାରୀ ମାନଙ୍କୁ ସେ ଶୋଷଣ କରନ୍ତି । ଏଠାରେ ତଳିଆ କର୍ମଚାରୀମାନେ ଚାକିରୀ ପାଇବାକୁ ହେଲେ ତାଙ୍କୁ ମାଲିସ କରିବାକୁ ପଡ଼ିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଅଚ୍ୟୁତଙ୍କ ସାଙ୍ଗକୁ ମସାଜ୍ କରାଯାଉଛି ଆଉ ଏହାସହ ତାଙ୍କ ପୁଅଙ୍କୁ ମଧ୍ୟ ମସାଜ୍ କରାଯାଉଛି । 

ଅନେକ ନିରୀହ ତଳିଆ କର୍ମଚାରୀମାନେ ମସାଜ୍ କରନ୍ତି । କାରଣ ବାବୁ କହୁଥିଲେ ମସାଜ୍ ନାହିଁ ତ ଚାକିରୀ ନାହିଁ । ଶିକ୍ଷାନୁଷ୍ଠାନକୁ ରଙ୍ଗଶାଳା ବୋଲି ଭାବୁଥିଲେ । ଶିକ୍ଷାନୁଷ୍ଠାନକୁ ରଙ୍ଗଶାଳା କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିଦ୍ୟାଳୟର ଟ୍ରାନ୍ସପୋର୍ଟ ମ୍ୟାନେଜର ଦିଲ୍ଲୀପ ଜେନା । ଦିଲ୍ଲୀପ ହେଉଛନ୍ତି ଅଚ୍ୟୁତଙ୍କ ପିଲାଦିନର ସାଙ୍ଗ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ଫେଲ । ଦଶମ ଫେଲ୍ ହୋଇ ଏହି ବାବୁ ଜଣକ ଏଭଳି କହୁଥିଲେ ଯେମିତି ଆଇଏଏସ ଅଫିସର । ସେ ଅଚ୍ୟୁତଙ୍କ ସାଙ୍ଗ ବୋଲି ଏଭଳି କାମ କରୁଥିଲେ ।

ଦିଲ୍ଲୀପଙ୍କ ତଳେ ୪୦୦ କର୍ମଚାରୀ ଥିଲେ । ଆଉ ସେମାନେ ଏହି ବ୍ୟକ୍ତିଙ୍କ ମସାଜ୍ କରୁଥିଲେ । ନିଜ ରୁମରେ ଫୁଙ୍ଗୁଳା ହୋଇ ବସି ମସାଜ୍ ସେବା ନେଉଛନ୍ତି । କେବଳ ଦିଲୀପ ନୁହେଁ ତାଙ୍କ ପୁଅ ମଧ୍ୟ ଏହି ସେବା ପାଉଥିଲା । ଏହି ବାପା ଆଉ ପୁଅ ମିଶି କର୍ମଚାରୀଙ୍କ ଠାରୁ ସେବା ନେଉଥିଲେ ତାଙ୍କୁ ଛୁଟି ଦେବା ବାହାନାରେ । ଏବଂ ଟାଣ ଠାରୁ କାମ କରିବା ଯୋଗୁଁ ଏଭଳି କିଛି କରୁଥିଲେ ଏହି ବାପା ପୁଅ । ଏବେ ପ୍ରଶ୍ନ ଆସୁଛି କି ଏହିସବୁ ଅଚ୍ୟୁତ ଜାଣିଶୁଣି ମଧ୍ୟ ଚୁପ୍ ରହିବାର କାରଣ କଣ ? ଏବେ ଦେଖିବାକୁ ବାକି ରହିଲା କେବେ ନ୍ୟାୟ ମିଳୁଛି ଏହି ତଳିଆ କର୍ମଚାରୀ ମାନଙ୍କୁ ?