ଓଡ଼ିଶାରେ ଅସମ୍ଭାଳ ତାତି, 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଏହି ସ୍ଥାନରେ ହୋଇଯିବ 45 ଡିଗ୍ରୀ

 
odisha weather report

ରାଜ୍ୟବାସୀଙ୍କ ଅବସ୍ଥା ଆହୁରି ଖରାପ କରିବ ତାତି । ରାତିରେ ମଧ୍ୟ ଶାନ୍ତି ମିଳିବ ନାହିଁ । ଆଜିଠାରୁ ଉତ୍ତାପ ଶିଖରରେ ରହିବ ବୋଲି ସ୍ଥାନୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି । କେତେକ ଅଞ୍ଚଳରେ ଦିନର ତାପମାତ୍ରା 45 ଡିଗ୍ରୀ ଛୁଇଁବାର ସମ୍ଭାବନା ଅଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:

Follow our WhatsApp channel and get all the Latest news:

WhatsApp Channel (Join Now) Join Now

Extreme heat: Staying safe if you have health issues - Harvard Health

ଆଜି ଠାରୁ ଆସନ୍ତା ରବିବାର ଅର୍ଥାତ୍ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର 4 ଟି ଜିଲ୍ଲାରେ ପ୍ରବଳ ଉତ୍ତାପ ହେବ । ସେହି ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, ନୟାଗଡ଼, ନୁଆପଡା ଏବଂ ଗଜପତି । ତେଣୁ ଏହି 4 ଟି ଜିଲ୍ଲାରେ ଦୁଇ ଦିନ ଧରି ସିଭିୟର ହିଟ ୱେଭ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ସମସ୍ତଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଦିନରେ ଖରା ଓ ରାତିର ଗରମ ପରବର୍ତ୍ତୀ 5 ଦିନ ପାଇଁ ଲୋକଙ୍କୁ ହଇରାଣ କରିବ । ଆଜି ଏବଂ ଆସନ୍ତାକାଲି ପାଗ ମୁଖ୍ୟତଃ ଶୁଷ୍କ ରହିବ । ତଥାପି, 20 ରୁ 23 ମଧ୍ୟରେ ପାଗ ମେଘୁଆ ରହିବ ଏବଂ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି । କେତେକ ସ୍ଥାନରେ ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ।

ପାଣିପାଗ କେନ୍ଦ୍ରର ମୁଖ୍ୟ ମନୋରାମା ମହାନ୍ତି କହିଛନ୍ତି ଯେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିବ ଏବଂ କେତେକ ସ୍ଥାନରେ ଏହା 42 ରୁ 45 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ । କାଳବୈଶାଖୀ ବର୍ଷା କାରଣରୁ ଦିନରେ ଗରମ ଏବଂ ଅପରାହ୍ନରେ କିଛି ଆରାମ ମିଳିପାରେ । ଆଜି ବାରିପଦାର ତାପମାତ୍ରା 45 ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ସେହିଭଳି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳରେ ତାପମାତ୍ରା 44 ଡିଗ୍ରୀ ମଧ୍ୟରେ ରହିବ ।