ବର ଚଉଠି ରାତି ପାଇଁ ଅନେଇ ବସିଥିଲା, ହେଲେ କନ୍ୟା ଶାଶୁଘରୁ ସୁନା ଅଳଙ୍କାର ନେଇ ଫେରାର୍, ଜାଣନ୍ତୁ ପୁରା ଘଟଣା
ଦେଖିବାକୁ ମିଳିଛି ଏକ ନିନ୍ଦନୀୟ ଘଟଣା । ବହାଘରର ଚତୁର୍ଥୀ ଦିନ ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ ! ଏହି ଘଟଣାଟି ବର୍ତ୍ତମାନ ସେହି ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ତ୍ରୀ ଫେରାର ହେବା ପରେ ସ୍ଵାମୀ ଜଣଙ୍କ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଘଟଣା ଅନୁଯାୟୀ, ଯୁବକ ଜଣକ ତାଳ ବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣକ ଢେଙ୍କାନାଳର ଭାପୁର ଗ୍ରାମର ଅଟନ୍ତି । ଦୁହିଁଙ୍କ ବିବାହ ଗତ ଜୁଲାଇ ୨୧ ତାରିଖରେ ହୋଇଥିଲା ।
ପରେ ନବ ବିବାହିତା ସ୍ତ୍ରୀଟି ଶାଶୁଘରକୁ ଆସିଥିଲା ମଧ୍ୟ । କିନ୍ତୁ ଶାଶୁଘରେ ମାତ୍ର ୩ ଦିନ ରହିବା ପରେ ଚତୁର୍ଥୀ ଦିନ ରାତିରେ ଫେରାର ହୋଇ ଯାଇଛନ୍ତି । ଶୌଚ ହେବାକୁ ଯାଉଛି କହି ଆଉ ଫେରି ନାହାନ୍ତି । ଫେରାର ହେବାର କିଛି ସମୟ ପରେ ସେ ଫୋନ୍ କରି ଜଣାଇଥିଲେ କି ସେ ତାଙ୍କ ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି ବୋଲି ।
ଶାଶୁଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେ ସମସ୍ତ ସୁନା ଅଳଙ୍କାର ଏବଂ ବନ୍ଦାଣ ପଇସା ନେଇ ଯାଇଛନ୍ତି । ତାଙ୍କ ବାପଘର ଲୋକ ଏ କଥା ଜାଣିବାରୁ ସେମାନେ ସମସ୍ତ ଜିନିଷ ଫେରାଇ ଦେବେ ବୋଲି କହି ଆଉ ଧରା ଛୁଆଁ ଦେଉ ନାହାନ୍ତି ।