ନବଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିବାକୁ ଚାହୁଁଥିଲେ କି ଗୋପାଳ? ଭାଇରାଲ ହେଉଛି ପୁରୁଣା ଫଟୋ…

 
Gopal

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରି ଚର୍ଚ୍ଚାରେ ରହିଛନ୍ତି ଏଏସଆଇ ଗୋପାଳ କୃଷ୍ଣ ଦାସ। ଏହି ଘଟଣା ପରେ ତୁରନ୍ତ ଗୋପାଳ କୃଷ୍ଣଙ୍କୁ ଚାକିରୀରୁ ବିଦା କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ। ମାନସିକ ଅବସ୍ଥା ଠିକ୍ ନଥିବା ହେତୁ ଗୋପାଳ ଏଭଳି କାଣ୍ଡ କରିଥିବା ତାଙ୍କ ପରିବାର ଲୋକ କହୁଥିବା ବେଳେ ଏବେ ଆଉ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି।

Gopal krushna

ବିଗତ ଦିନ ମାନଙ୍କରେ ଗୋପାଳ ନବଦାସଙ୍କ ଘର ଚାରିଆଡ଼େ ପଇଁତରା ମାରୁଥିବା ଏବଂ ମନ୍ତ୍ରୀଙ୍କ ବିଷୟରେ ପଚାରି ବୁଝୁଥିବା ଜଣାପଡ଼ିଛି। ଏହା ବ୍ୟତୀତ ଏବେ ଆଉ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ନବଙ୍କ ଠିକ୍ ପଛରେ ଗୋପାଳ କୃଷ୍ଣଙ୍କୁ ଦେଖିବାକୁ ମିଳୁଛି। ନୂଆଖାଇ ସମୟରେ ଏକ କାର୍ଯ୍ୟକ୍ରମରେ ନବ ଦାସ ଯୋଗ ଦେଉଥିବା ବେଳେ ଅଭିଯୁକ୍ତ ଗୋପାଳ ଦାସ ନବଙ୍କ ପାଖରେ ଛିଡା ହୋଇଥିବା ଦେଖାଯାଇଛି।ଗୋପାଳ ପୂର୍ବରୁ ହିଁ ଯୋଜନାବଦ୍ଧ ଭାବରେ ନବ ଦାସଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ବିଶ୍ୱାସ କରାଯାଉଛି। କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ଦ୍ଵିତୀୟ ଥର ପାଇଁ ପଚରା ଉଚରା ଆରମ୍ଭ କରିଛି। ଗୋପାଳଙ୍କ ସ୍ତ୍ରୀ ଜୟନ୍ତୀ ଏବଂ ପୁତୁରାକୁ ପୋଲିସ ଦୁଇ ଘଣ୍ଟା ଧରି ପଚରାଉଚରା କରିଥିବା ଜଣାପଡ଼ିଛି। ସେହିଭଳି ଭାବରେ ଗୋପାଳଙ୍କ ବଡ଼ ଭାଇ ସତ୍ୟରଞ୍ଜନଙ୍କୁ ପୋଲିସ ଉଠାଇ ନେଇ ପଚରା ଉଚରା କରୁଥିବା ସୂଚନା ମିଳିଛି।