ତରଭୂଜ ଦୋକାନ ବନ୍ଦ କରିବାରେ ଟିକେ ବିଳମ୍ବ ହେବାରୁ ବୃଦ୍ଧକୁ ବାଡିରେ ପିଟିଲେ ତହସିଲଦାର, ଦେଖନ୍ତୁ ଭିଡ଼ିଓ

 
Tahasildar dadagiri

ବଢୁଥିବା କରୋନା ସଂକ୍ରମଣ ହେତୁ ରାଜ୍ୟରେ ଲକଡାଉନ କଟକଣା ଲାଗିଛି ଯେଉଁଥିପାଇଁ ସ୍ୱଳ୍ପ ସମୟ ପାଇଁ ଦୋକାନ ବଜ଼ାର ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ପ୍ରଶାସନ ମଧ୍ୟ ତତ୍ପର ହୋଇଛି। କିନ୍ତୁ କେତେକ ସ୍ଥାନରେ ନିଜର କର୍ମ କରିବାକୁ ଯାଇ ମାନବିକତା ଭୁଲି ଯାଉଛନ୍ତି କେତେକ ପ୍ରଶାସନିକ ଅଧିକାରୀ।

ବର୍ତ୍ତମାନ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀଙ୍କର ଦବଙ୍ଗିରିର ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଜଣେ ବୃଦ୍ଧ ତାରଭୁଜ ବ୍ୟବସାୟୀଙ୍କୁ ବାଡ଼ିରେ ପିଟୁଥିବାର ଭିଡ଼ିଓ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାଇ ଝାରସୁଗୁଡା ବମ୍ବେ ଛକଠାରେ ଦିନ ୧୧ଟା ପରେ ଫଳ ଦୋକାନ ଖୋଲିଥିବା ଦେଖି ଉତକ୍ଷିପ୍ତ ହୋଇଯାଇଥିଲେ ତହସିଲଦାର। ଦେଖନ୍ତୁ ଭିଡ଼ିଓ-

(Video Credit:- News7)

ଏହାପରେ ରାସ୍ତା କଡରେ ଗାଡି ଅଟକାଇ ବୁଦ୍ଧ ଫଳ ଦୋକାନୀଙ୍କୁ ଅପବ୍ୟବହାର କରିବା ସହ ବାଡ଼ିରେ ବଡେଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ପାଖରେ ଥିବା ବୃଦ୍ଧଙ୍କ ନାବାଳକ ପୁଅକୁ ମଧ୍ୟ ତହସିଲଦାର ପିଟିଥିବା ଅଭିଯୋଗ ହୋଇଛି। ଏଥିସହିତ ଦଣ୍ଡି, ବଟକରା ଓ ମାପଯନ୍ତ୍ର ସବୁ ଜବତ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ବୃଦ୍ଧ।

ତେବେ ଏହି ଘଟଣାର ପୁରା ଭିଡ଼ିଓ ଭାଇରାଲ ହେବା ପରେ ସଂପୃକ୍ତ ତହସିଲଦାର ଓ ଦୋକାନିଙ୍କୁ ଅତିରିକ୍ତ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟକୁ ଡକାଇଥିଲେ। ସେଠାରେ ତହସିଲଦାର ଯୋବିତା ତିର୍କୀ ନିଜର ଭୁଲ ସ୍ୱୀକାର କରି ବୃଦ୍ଧଙ୍କୁ ଭୁଲ ମାଗିଥିବା କଥା ସୂଚନା ମିଳିଛି। ଏଥିସହିତ ସମ୍ପୃକ୍ତ ଘଟଣାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।