ହାତୀକୁ ଉଦ୍ଧାର କରିବାକୁ ନଦୀକୁ ଯାଇଥିଲେ, ହଠାତ୍‌ ଓଲଟିପଡିଲା ଡଙ୍ଗା, ଦେଖନ୍ତୁ ସେହି ସମୟର ଭୟଙ୍କର ଦୃଶ୍ୟ

 
Danga budi

ପ୍ରଖର ନଦୀ ସ୍ରୋତ ଭିତରୁ ହାତୀ ଉଦ୍ଧାର ବେଳେ ହେଲା ଅଘଟଣ। ରେସକ୍ୟୁ ବୋଟ ଓଲଟି ଯିବାରୁ ଓଡ୍ରାଫ୍ ଟିମରେ ଯାଇଥିବା ୫ ଯବାନ ଏବଂ ଦୁଇ ଗଣମାଧ୍ୟମ ପ୍ରତିନିଧି ଭାସି ଯାଇଛନ୍ତି। ସବୁଠାରୁ ଦୁଃଖଦ ବିଷୟ ଏହିକି ଯେ ଉଦ୍ଧାର କାର୍ଯ୍ୟ ସମୟର ରିପୋର୍ଟିଂ କରିବାକୁ ଯାଇଥିବା ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ଘଟିଛି।

Boat capsize

ମିଳିଥିବା ସୂଚନା ଅନୁଯାଇ ହାତୀକୁ ଉଦ୍ଧାର କରିବା ପାଇଁ ବୋଟ ଯୋଗେ ୭ ଜଣ ଯାଇଥିଲେ। କିନ୍ତୁ, ପ୍ରଖର ସ୍ରୋତରେ ବୋଟଟି ପଲଟି ଯିବାରୁ ସମସ୍ତେ ଭାସି ଯାଇଥିଲେ। ସେଥିମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ଼-ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଗୁରୁତର ଅଵସ୍ଥାରେ ଥିବା ଅରିନ୍ଦମ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦେଖନ୍ତୁ ଭିଡ଼ିଓ:-

ମିଳିଥିବା ସୂଚନା ଅନୁଯାଇ ପ୍ରାୟ ୧୭ଟି ହତୀ ନଦୀପାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ  କେତେକ ହାତୀ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଟି ହାତୀ ଭାସିଯାଇ ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟ ନିକଟରେ ଲାଗିଥିବା ବେଳେ ଗୋଟିଏ ଛୁଆ ହାତୀ ମୁଣ୍ଡୁଲି ବ୍ୟାରେଜ୍ ନିକଟରେ ଫସିରହିଛି। ହାତୀଟିକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଏବଂ ଏନଡ଼ିଆରଫ୍ ନିୟୋଜିତ ହୋଇଛନ୍ତି।