ପରଲୋକରେ ଓଡ଼ିଶାର ଚର୍ଚ୍ଚିତ କଣ୍ଠଶିଳ୍ପୀ ଶାନ୍ତିଲତା ଛୋଟରାୟ, ହୋଇଥିଲା ଏହି ସାଂଘାତିକ ରୋଗ, ଜାଣନ୍ତୁ ପୁରା ଖବର

 
Shantilata

ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସଂଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି।

Shantilata

ଦୀର୍ଘଦିନ ହେଲା ଅସୁସ୍ଥତା ପାଇଁ ଚିକିତ୍ସିତ ହେଉଥିଲେ। ହେଲେ ଶେଷରେ ତାଙ୍କର ପରଲୋକ ଘଟିଛି। ୨୦୨୧ ମସିହାରେ ସେ ଅସୁସ୍ଥ ହୋଇପଡ଼ିଥିଲା। ହେଲ୍‌ଥ ଚେକ୍‌ ପରେ ଗଳା କ୍ୟାନ୍‌ସର ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ୱାଇର ଟାଟା ମେମୋରିଆଲ୍‌ କ୍ୟାନ୍‌ସର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥିଲେ।

'ଥକା ମନ ଚାଲ ଯିବା' ସହ 'ଜଗନ୍ନାଥ ତୁମେ ବଡ ଛଳିଆ' ଆଦି ଗୀତ ପାଇଁ ସେ ବେଶ ଲୋକପ୍ରିୟ ଥିଲେ। ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ଜଣେ ପରିଚିତ କଣ୍ଠଶିଳ୍ପୀ ଥିଲେ। ନିଜ କଣ୍ଠର ଯାଦୁଗରିରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଓ ବିଭୁ ଚେତନା ସୃଷ୍ଟି କରୁଥିଲା।

ଭଜନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଶାନ୍ତିଲତା ବାରିକ। ଜଗନ୍ନାଥ ଭଜନ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଯାଇଥିଲା। ଭକ୍ତି ସଙ୍ଗୀତର ଅତି ପରିଚିତ ନାଁ ଥିଲା ଶାନ୍ତିଲତା ବାରିକ। ସେ ଅନେକ ଲୋକପ୍ରିୟ ଭଜନ ଗାଇଛନ୍ତି।