ସରକାରଙ୍କ ବଡ଼ ଘୋଷଣା, ସବୁ ଜିଲ୍ଲାରେ ଶନି-ରବି ସଟଡାଉନ୍, ଲାଗୁ ହେଲା ଏହିସବୁ ନୂଆ କଟକଣା, ଜାଣନ୍ତୁ

 
ସରକାରଙ୍କ ବଡ଼ ଘୋଷଣା, ସବୁ ଜିଲ୍ଲାରେ ଶନି-ରବି ସଟଡାଉନ୍, ଲାଗୁ ହେଲା ଏହିସବୁ ନୂଆ କଟକଣା, ଜାଣନ୍ତୁ

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ସହରରେ ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୪ ତାରିଖରୁ ନେଇ ମେ ୧୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ସପ୍ତାହନ୍ତ ସଟ୍‌ଡାଉନ୍‌। ଏହାସହ ସବୁ ୩୦ ଜିଲ୍ଲାରେ ରାତ୍ରି କାଳୀନ କର୍ଫ୍ୟୁ ଜାରି ରହିବ। ଜରୁରୀକାଳୀନ ସେବାକୁ ସଟ୍‌ଡାଉନ୍‌ ନିୟମରୁ ବାଦ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଏହାସହ ବିବାହ କାର୍ଯ୍ୟ ପାଇଁ ଅତି ବେଶିରେ ୫୦ ଜଣଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇଛି। ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିବାହ ଶୋଭାଯାତ୍ରା କଲେ ଗାଡ଼ି, ମାଇକ, ବ୍ୟାଣ୍ଡପାର୍ଟି ଜବତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହୋଟେଲ, ରେଷ୍ଟୁରାଣ୍ଟରେ ବାହାର ଲୋକ ବସି ଖାଇବା ଉପରେ  କଟକଣା ଜାରି କରାଯିବା ସହ କେବଳ ଘରକୁ ଖାଇବା ସାମଗ୍ରୀ ଆଣିହେବ ବୋଲି ଏସଆରସି କହିଛନ୍ତି। ଏହାସହିତ ଗାଁ ଗହଳିରେ ଭୋଜିଭାତ ଆୟୋଜନ ଉପରେ କଟକଣା ଜାରି କରାଗଲା ବୋଲି କହିଛନ୍ତି।

ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। ତେବେ ଏହି ଶଟଡାଉନବେଳେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ। ମାଲବାହୀ ପରିବହନ ଯଥାବତ୍ ଜାରି ରହିବ। ଅତ୍ୟାବଶ୍ୟକ ସେବା ଯଥା- ସ୍ୱାସ୍ଥ୍ୟ ସେବା, ଶକ୍ତି, ପାନୀୟ ଜଳ ଯୋଗାଣ, ଏଲପିଜି, ଟେଲିକମ୍‌, ଗଣମାଧ୍ୟମ ସଂସ୍ଥା ଆଦି ସମେତ ଅତ୍ୟାବଶ୍ୟକ ସେବା ଜାରି ରହିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାଠୁ ମିଳିଥିବା ପରିଚୟ ପତ୍ର ଦେଖାଇ ସେମାନେ ଯାତାୟତ କରିପାରିବେ ବୋଲି ପ୍ରଦୀପ ଜେନା କହିଛନ୍ତି।