ଏ ମନ ମାନେନା, ଏ ମନ ବୁଝେନା, ଅପରାଜିତାଙ୍କ ଆଶ୍ୱାସନା କାମ ଦେଲାନି : ଖୁବ ଶୀଘ୍ର ଦଳ ଛାଡ଼ିବେ କି ଜଗା ?

 
jaga bjp

ବିଜେପିରେ ଗୋଷ୍ଟି କନ୍ଦଳ ଜଳଜଳ ହୋଇ ପଦାକୁ ଦିଶୁଥିବା ବେଳେ ସେଥିରୁ ଫାଇଦା ନେବା ଦୂର କଥା ବିଜେଡିରେ ନେତାଙ୍କ ଭିତରେ ଅନ୍ତର୍ଦ୍ୱନ୍ଦ ପରିସ୍ଥିତିକୁ ଅଧିକ ଜଟିଳ କରିଛି । ବିଜେପିର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଦଳ ଛାଡିବେ ବୋଲି କିଛିଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା ।

ପରେ କିନ୍ତୁ ଏହି ପ୍ରକ୍ରିୟାକୁ ବିରୋଧ କରିଥିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ନିଜ ଅନୁଗତ କିଛି କର୍ମୀଙ୍କ ସହ ବୈଠକ କରି ଜଗା ଙ୍କ ଦଳରେ ପ୍ରବେଶକୁ ଏକ ପ୍ରକାର ବିରୋଧ କରିଥିଲେ ଅନନ୍ତ । ଜଗା ଯଦି ଦଳରେ ଯୋଗ ଦିଅନ୍ତି, ତେବେ ସେ ମଧ୍ୟ ତାଙ୍କର ବିକଳ୍ପ ରାଜନୈତିକ ପନ୍ଥା ସ୍ଥିର କରିବେ ବୋଲି ପରୋକ୍ଷରେ ସୂଚନା ଦେଇଥିଲେ । ଉଭୟଙ୍କ ପକ୍ଷରେ ଏକ ଉତ୍ତମ ବୁଝାମଣା ତିଆରି ପର୍ଯ୍ୟନ୍ତ ଜଗାଙ୍କ ବିଜେଡି ଆଗମନ ରେ ରୋକ ଲଗାଇଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ସାଂସଦ ଅପରାଜିତା ଜଗନ୍ନାଥଙ୍କୁ ଭେଟିବା ପରେ ତାଙ୍କ ରାଗ ଶାନ୍ତ ହୋଇଥିବା ନେଇ ଯେଉଁ ଆଲୋଚନା ହେଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହିନ ବୋଲି ଜଣାପଡିଛି । 

jaga bjp

ଜଗାଙ୍କ ସମର୍ଥକ ବି ବିଜେପି ଉପରେ ଖପ୍ପା । ଯେଉଁଭଳି ଢଙ୍ଗରେ ଜଗାଙ୍କ ଅନୁଗତ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କୁ ଅଚାନକ ବଦଳି କରାଗଲା ତାକୁ ନେଇ ଜଗାଙ୍କ ଶିବିର ଅସନ୍ତୁଷ୍ଟ ଅଛନ୍ତି । ଏହା ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚାରେ ଜଣେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବାକୁ ନେଇ ମଧ୍ୟ ଜଗା ଆପତ୍ତି ଉଠାଇଥିଲେ । ଦଳୀୟ ସମ୍ବିଧାନ ଅନୁସାରେ ଏଭଳି କୌଣସି ପଦବି ନାହିଁ । କିନ୍ତୁ ତାଙ୍କୁ ଚେକ୍‌ ଦେବା ପାଇଁ ଜାଣିଶୁଣି ଏହି ପଦରେ ଜଣଙ୍କୁ ନିଯୁକ୍ତ କରାଗଲା । 

ଏହାକୁ ନେଇ ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କ ପାଖରେ ସେ ଫେରାଦ ହୋଇଥିଲେ । କିନ୍ତୁ କୌଣସି ଫଳ ମିଳିଲାନି । ଏହାକୁ ଏବେ ପ୍ରସଙ୍ଗ କରିଛନ୍ତି ଜଗା । ଦଳର କିଛି ନେତା ଦଳକୁ ତଳିତଳାନ୍ତ ପାଇଁ ମସୁଧା କରୁଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଗୋଷ୍ଠୀକନ୍ଦଳ ବଢାଇବାକୁ ଚାହୁଁଛନ୍ତି ବୋଲି ଜଗା ସିଧାସଳଖ ଆକ୍ଷେପ କରିଛନ୍ତି ।

aparajita sarangi

ଅନେକ ପ୍ରଶ୍ନ ପରେ ବିଜେଡିରେ ମିଶିବା ନେଇ ଜଗା କହିଛନ୍ତି, ମୁଁ ଦୀର୍ଘ ବର୍ଷ ଧରି ବିଜେପି ପାଇଁ କାମ କରିଛି । ଏଣୁ ଦଳ ଛାଡି ଆଉ କେଉଁ ଦଳରେ ମିଶିବା ପାଇଁ ଚାହୁଁନି । ମୁଁ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ଓ ଦଳର ନେତୃତ୍ୱ ଏହାକୁ ଶୁଣିବ ବୋଲି ମୁଁ ଆଶା ରଖିଛି । ଯଦି ପୂରଣ ନ ହୁଏ ତା ହେଲେ ବାଧ୍ୟ ହୋଇ ବିକଳ୍ପ ଚିନ୍ତା କରିବି ।