ଏଠି ଥଣ୍ଡା ଦିନରେ ବି ବାହାରୁଛି ଗରମ ପାଣି, ସ୍ନାନ କରିବାକୁ ଲାଗୁଛି ଲୋକଙ୍କ ପ୍ରବଳ ଭିଡ଼, ଜାଣନ୍ତୁ କେଉଁ ଜାଗା କେମିତି ଯିବେ

 
Tapta pani
ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ହେଉ ବା ଆଧ୍ୟାତ୍ମିକ ପୀଠ । ଓଡ଼ିଶାରେ ଭରି ରହିଛି ସବୁ କିଛି । ଚାରିଆଡେ ସବୁଜିମା ସହିତ ଭିନ୍ନ ପ୍ରକାରର କାରୁକାର୍ଯ୍ୟର ମନ୍ଦିର ଓଡ଼ିଶାର ଶୋଭା ବଢ଼ାଉଛି । ଓଡ଼ିଶାରେ ଅନେକ ଛୋଟ ବଡ଼ ପର୍ଯ୍ୟଟନ ସ୍ଥଳୀ ରହିଛି । ଯାହାର ସୌନ୍ଦର୍ଯ୍ୟରେ ଆକର୍ଶିତ ହୋଇ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ଲୋକେ ।

K

ସେହି ସବୁ ପର୍ଯ୍ୟଟନ ସ୍ଥଳୀ ତଥା ଧାର୍ମିକ ପୀଠ ଗୁଡ଼ିକ ମଧ୍ୟରେ ତପ୍ତପାଣି ଉଷ୍ଣପ୍ରସବଣ ହେଉଛି ଏକ ଅନ୍ୟତମ ସ୍ଥାନ । ବ୍ରହ୍ମପୁରରୁ ରାୟଗଡ଼ା ଯିବା ମୁଖ୍ୟ ରାଜରାସ୍ତା ବାଟରେ ଏହି ସ୍ଥାନ ଟି ପଡ଼ିଥାଏ । ଯେଉଁଠାରେ ସ୍ଥାନୀୟ ଠାକୁରାଣୀ ରୂପେ ପୂଜା ପାଆନ୍ତି କାନ୍ଧୁଣି ଦେବୀ । ଏହି ସ୍ଥାନର ଅନେକ ମହିମା ରହିଛି ।

ତେବେ ଯଦି ଏହି ସ୍ଥାନ କଥା କୁହାଯାଏ ଦିନ ଥିଲା ଜନଶୂନ୍ୟ ସ୍ଥାନ ଥିଲା ଏହା । କେବଳ କେତେକ ଆଦିବାସୀ ଜନଜାତିର ଲୋକେ ବାସ କରୁଥିଲେ ଏଠାରେ । ଏଠାକାର ଏକ ସ୍ଥାନରୁ ଧୀରେ ଧୀରେ ଗରମ ପାଣି ବାହାରିବା ଆରମ୍ଭ ହେଲା । ଯେଉଁ କଥା ପ୍ରତି କେହି ଅବଗତ ନ ଥିଲେ ।

Taptapani

ହେଲେ ଏକଦା ଏ ନେଇ ରାଜାଙ୍କୁ ସ୍ୱପ୍ନାଦେଶ ହେଲା ଯାହା ପରେ ଏଠାରେ ଠାକୁରାଣୀଙ୍କୁ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା ଆରମ୍ଭ କରାଗଲା । ଏହି କାର୍ଯ୍ଯ ରାଜା ଆଦିବାସୀ ମାନଙ୍କୁ ଦେଇଥିଲେ । କନ୍ଧ ସମ୍ପ୍ରଦାୟ ଓ ଆଦିବାସୀଙ୍କ ନାମ ଅନୁସାରେ ଠାକୁରାଣୀଙ୍କ ନାମ କନ୍ଧୁଣି ଦେବୀ ରଖାଗଲା ।

ମାତ୍ର , ଏହି ସ୍ଥାନରେ ବିଶେଷ କିଛି ଉନ୍ନତି ହୋଇ ନାହିଁ । ସରକାରଙ୍କର ଯେପରି ଏଥି ପାଇଁ ଆଦୌ ଧ୍ୟାନ ହିଁ ନାହିଁ । ଏଠାକୁ ଆସୁଥିବା ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନା ଅଛି ନେଟୱର୍କ ନା ରହିଛି ସ୍ଵଚ୍ଛାଳୟ ନା ରହିବାକୁ ଘର । ତେବେ ଯଦି ଏଥି ପ୍ରତି ସରକାର ଧ୍ୟାନ ଦେବେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ଓ ଲୋକେ ରୋଜଗାର ସଂସ୍ଥା ପାଇବେ ।