ଜୁଲାଇ ୧୬ ଯାଏଁ ବଢିଲା ଲକଡାଉନ, ଗାଇଡଲାଇନ ନିୟମ ହେଲା ଅଧିକ କୋହଳ, ଜାଣନ୍ତୁ କଣ ଖୋଲା ଓ କଣ ରହିବ ବନ୍ଦ

 
Lockdown odisha

ଆସିଛି ଜୁଲାଇ ମାସ ପାଇଁ ରାଜ୍ୟର କରୋନା ଗାଇଡଲାଇନ। ଆଉ ୧୬ଦିନ ଅର୍ଥାତ୍ ଜୁଲାଇ ୧୬ ଯାଏଁ ବଢାଇ ଦିଆ ଯାଇଛି କରୋନା ଲକଡାଉନ୍ କୁ। ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍‌ କରିଛନ୍ତି। ପୂର୍ବ ଅପେକ୍ଷା ଏଥର ଅଧିକ ନିୟମରେ କୋହଳ କରାଯାଇଛି। କାଟେଗୋରୀ Aରେ ୨୦ଟି ଜିଲ୍ଲା ଓ Bରେ ୧୦ଟି ଜିଲ୍ଲା ରହିଛି। ନୂଆ ୩ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର କାଟେଗୋରୀ Aରେ ସାମିଲ୍ କରାଯାଇଛି। 

କାଟେଗୋରୀ Aରେ ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲିବ। ସପିଙ୍ଗ ମଲ, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ। ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ। ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ। ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ।

ଅନ୍ୟପକ୍ଷରେ, କ୍ୟାଟେଗୋରୀ Bରେ ଥିବା ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନକୁ ପୂର୍ବଭଳି ଲାଗୁ ରହିବ ଓ ସକାଳ ୬ ଟାରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ କଟକଣାକୁ କୋହଳ କରାଯାଇଛି. ଏସବୁ ଜିଲ୍ଲାରେ ବସ ପରିବହନ ଉପରେ କଟକଣା ଜାରି ରହିବ. ଏସବୁ ଜିଲ୍ଲାରେ ଚା ଓ ଉଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି. ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ।