ନୂଆ-ଓ’ ଛାତ୍ରବୃତ୍ତି ଓ ମ୍ୟାଜିକ କାର୍ଡ କିପରି ମିଳିବ? ଜାଣନ୍ତୁ ଆବେଦନ କରିବାର ପ୍ରକ୍ରିୟା

 
Nua o scholarship

ରାଜ୍ୟର ୯୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି। ସାଢ଼େ ଚାରିଲକ୍ଷ ଯୁକ୍ତ ତିନି ଓ ୩୫ ହଜାର ପିଜି ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେବେ। ଛାତ୍ରମାନଙ୍କୁ ବାର୍ଷିକ ୯ ହଜାର ଟଙ୍କା ଓ ଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ସିଧାସଳଖ ଏହି ଅର୍ଥ ଜମାହେବ।

Scholarship

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଚଳିତ ମାସ ୨୦ରୁ ୨୫ ତାରିଖ ଭିତରେ ଆକାଉଣ୍ଟକୁ ଟଙ୍କା ଦିଆଯିବ। ଏସସି ଏବଂ ଏସଟି ଓ ନିର୍ମାଣ ଶ୍ରମିକ ଯୋଜନା ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀଙ୍କୁ ୧୧୦୦୦ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତିକୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପ୍ରଶଂସା କରିଛନ୍ତି। ତେବେ ଶୁକ୍ରବାର ଠାରୁ ଏହି ଛାତ୍ରବୃତ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ଅନଲାଇନ ସହ ଅଫଲାଇନ ମାଧ୍ୟମରେ ଇନି ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ତେବେ ସମସ୍ତ ୟୁଜି ଏବଂ ପିଜି ଛାତ୍ରଛାତ୍ରୀ ଆବେଦନ କରିପାରିବେ
ସରକାରୀ ଓ ବେସରକାରୀ କଲେଜ, ସରକାରୀ ଅନୁଦାନପ୍ରାପ୍ତ କଲେଜ, ସଂସ୍କୃତ କଲେଜ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆବେଦନ କରିପାରିବେ। ସରକାରୀ କର୍ମଚାରୀଙ୍କ ପିଲା ଏହି ଛାତ୍ରବୃତ୍ତିି ପାଇବେ ନାହିଁ ଏବଂ ଆୟକରଦାତାଙ୍କ ପିଲା ମଧ୍ୟ ଏହି ଛାତ୍ରବୃତ୍ତି ପାଇବେ ନାହିଁ।

Naveen odisha

ଚଳିତ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ଆସନ୍ତା ଫେବୃୟାରୀ ୨୦ରୁ ନୂଆ-ଓ’ ଛାତ୍ରବୃତି ରାଶି ତାଙ୍କ ବ୍ୟାଙ୍କଖାତାକୁ ପଠାଯିବ। ଆଉ ଚଳିତମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ। ତେବେ ପାଠପଢ଼ା ଏବଂ କୋ-କରିକୁଲାର୍ ଆକ୍ଟିଭିଟିରେ ଯେଉଁ ଛାତ୍ରଛାତ୍ରୀ ଅଧିକ ଭଲ ପ୍ରଦର୍ଶନ କରିବେ, ତାଙ୍କ ଛାତ୍ରବୃତ୍ତିର ରାଶି ଅଧିକ ମଧ୍ୟ ହୋଇପାରିବ। ଏଥିପାଇଁ ୩ ଶହ କୋଟିର କର୍ପସ ଫଣ୍ଡର ବ୍ୟବସ୍ଥା କରାଯାଇଛି। ସେହିପରି ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ନୂଆ-ଓ ମ୍ୟାଜିକ କାର୍ଡ ଯୋଗାଇଦେବେ ରାଜ୍ୟ ସରକାର।

ଏହି ମ୍ୟାଜିକ କାର୍ଡରେ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଏହି କାର୍ଡରେ ଛାତ୍ରଛାତ୍ରୀଙ୍କୁ ରିହାତି ସୁବିଧା ମିଳିବ। ଏହି କାର୍ଡରେ ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ପାଇପାରିବେ। ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ଏହାର ଡାଟାବେସ୍ ଏହି କାର୍ଡରେ ମିଳିବ। ପରୀକ୍ଷା ଫଳ, ଉପସ୍ଥାନର ପୂରା ତଥ୍ୟ ମଧ୍ୟ ଏହି କାର୍ଡରେ ରହିବ। ଏହି କାର୍ଡକୁ ବିଭିନ୍ନ କମ୍ପାନିକୁ ଦିଆଯିବ। ଯିଏ ଯେଉଁ କ୍ଷେତ୍ରରେ ପାରଦର୍ଶୀ ଥିବେ ସେହି କ୍ଷେତ୍ରର କମ୍ପାନି ଗୁଡିକ ଡାଟାବେସ୍ ଅନୁଯାୟୀ ନିଯୁକ୍ତି ଦେବେ।