ରାସନ କାର୍ଡ ଲୋକଙ୍କ ପାଇଁ ବଡ଼ ଘୋଷଣା, ମିଳିବ ୧ ହଜାର ଟଙ୍କା ସହ ସରକାର ଆଣିଲେ ବଡ଼ ସୁବିଧା, ଜାଣନ୍ତୁ ପୁରା ଖବର

 
Rasan card

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। କ୍ୟାବିନେଟରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ବାଜିଛି ମୋହର। ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମିଳିଥିବା ତଥ୍ୟ ଅନୁଯାୟର, ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା। ଏହା ସହ ଦୁଇଟି ଝୋଟ ତିଆରି ବ୍ୟାଗ ରାସନ କାର୍ଡ ହିତାଧିକାରୀଙ୍କୁ ଦିଆଯିବ।

Rasan card

ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଟଙ୍କା ଓ ବ୍ୟାଗ୍‌। ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ।ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କ ଖା୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇପାରିବେ।

ଅନ୍ୟପଟେ ଯୁବବର୍ଗଙ୍କ ପାଇଁ ଏହି ସ୍ୱୟଂ ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ ସରକାର । ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ୧୮ରୁ ୩୫ ବର୍ଷୀୟ ଯୁବକ ଓ ଯୁବତୀ । ତେବେ ଋଣ ପରିଶୋଧର ଅବଧି ୪ ବର୍ଷ ରହିବ । ଏଥିପାଇଁ ରାଜ୍ୟ ସରକାର ୪୪୮ କୋଟି ଖର୍ଚ୍ଚ କରିବେ । ସହରରେ ମଧ୍ୟ ଯୁବକ ଯୁବତୀଙ୍କ ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନା ପ୍ରଣୟନ ହେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ଜମିଜମା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ୬ଟି ନିଷ୍ପତ୍ତି ନେଇଛନ୍ତି। ଜମି ସେଟଲମେଣ୍ଟ ଆଇନରେ ସଂଶୋଧନ ହୋଇଛି। ଅଗ୍ରଗ୍ରାମୀ ଅଘରିଆ ସମାଜକୁ ମଗଣା ଜମି। ଗଣ୍ଡ ଭବନ ପାଇଁ ଭୁବନେଶ୍ବରରରେ ମାଗଣା ଜମି ପ୍ରଦାନ କରିବେ ରାଜ୍ୟସରକାର । ଭୀମଭୋଇ ଅଲେଖ ଟ୍ରଷ୍ଟକୁ ମଧ୍ୟ ମାଗଣା ଜମି ଯୋଗାଇବେ ରାଜ୍ୟ ସରକାର। ଭୁବନେଶ୍ବର ୨ଟି ମସଜିଦ ପାଇଁ ମାଗଣା ଜମି ପ୍ରଦାନ କରିବେ ରାଜ୍ୟ ସରକାର ।

Bag

ରିଜର୍ଭ ପୁଲିସ ଲାଇନ ମସଜିଦକୁ ମାଗଣା ଜମି ମିଳିବ ସେହିପରି କ୍ୟାପିଟାଲ ମସଜିଦ କମିଟିକୁ ମଧ୍ୟ ମାଗଣା ଜମି ପ୍ରଦାନ କରାଯିବ ବୋଲି କ୍ୟବିନେଟର ଆଜି ନିଷ୍ପତ୍ତି ନିଆଯାଇଛି। ମେହେର ସମାଜକୁ ଭୁବନେଶ୍ବରରେ ମାଗଣା ଜମି ପ୍ରଦାନ କରାଯିବ। ନିର୍ମାଣ ହେବ ସ୍ବାଭ କବି ଗଙ୍ଗାଧରମ ମେହେର ଭବନ।