ସୁଭଦ୍ରା ଯୋଜନା ରେ କାହାକୁ ଇୱାନ କେମିତି ମିଳିବ ୫୦ ହଜାର ଟଙ୍କା? କହିଲେ ଉପ-ମୁଖ୍ୟମନ୍ତ୍ରୀ

 
subhadra jojona

ଦେଶରେ ମୋଦୀ ସରକାର ଆସିବା ପରେ ମହିଳାମାନଙ୍କର ବିକାଶ ହେବା ସହ ସଶକ୍ତୀକରଣ ହୋଇଛି। ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ମୋଦୀ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ନିର୍ବାଚନ ବେଳେ ବିଜେପି ତରଫରୁ ରାଜ୍ୟବାସୀଙ୍କୁ ଅନେକଗୁଡିଏ ପ୍ରତିଶ୍ରୁତି ଦିଆଯାଇଥିଲା। 

ତାହା ମଧ୍ୟରୁ ସୁଭଦ୍ରା ଯୋଜନା ସବୁଠାରୁ ଆକର୍ଷିତ ପ୍ରତିଶ୍ରୁତି ଥିଲା। ତେବେ ଓଡ଼ିଶାର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ବିଜେପି ସରକାର। ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୦୦ ଦିନ ଭିତରେ ହିଁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

କଣ କହିଲେ ଉପ-ମୁଖ୍ୟମନ୍ତ୍ରୀ?

ଏହି ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ। ଏ ନେଇ ସମ୍ପୂର୍ଣ୍ଣ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇ ସାରିଛି। ସୁଭଦ୍ରା ଯୋଜନାରେ ଆବେଦନ ଉଭୟ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ କରାଯାଇ ପାରିବ। 

Pravati Parida — All About Modi's First-Time MLA Pick For Odisha's First  Woman Deputy CM

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ସଶକ୍ତ କରିବା। ଯାହା ବିଜେପି ସରକାର ଦ୍ୱାରା ଆରମ୍ଭ କରାଯାଇଛି। ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସମାଜରେ ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବା ଏବଂ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା। ଏହି ଯୋଜନାରେ ଆବେଦନ କରିବା ପାଇଁ ଅଧାରକାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ୍ ନମ୍ବର, ପାସପୋର୍ଟ ଫଟୋ, ଇନକମ୍ ସାର୍ଟିଫିକେଟ, ରାସନ କାର୍ଡ। 

ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ହିତାଧିକାରୀ ଓଡ଼ିଶାର ବାସିନ୍ଧା ହୋଇଥିବା ଆବଶ୍ୟକ। କେବଳ ବିବାହିତ ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ। ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାର ଲାଭ ମିଳିବ। ମହିଳାଙ୍କ ବୟସ ୨୩ରୁ ୫୯ ହୋଇଥିବା ଆବଶ୍ୟକ। ଏବଂ ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ।