ଓଡ଼ିଆ ଯୁବକର ମିଛ ପ୍ରେମରେ ଭାସିଗଲେ ବଙ୍ଗୀୟ ଯୁବତୀ, ଲକ୍ଷଲକ୍ଷ ଟଙ୍କା ଦେଇ ଫସିଗଲେ ଯୁବତୀ, ଆଉ ତାପରେ...

 
Bangali jubati
ବିବାହ ହେବାର ପ୍ରତିଶୃତି ଦେଇ ୬୪ ଲକ୍ଷ ଟଙ୍କା ଠକିଲେ ଯୁବକ । ବଙ୍ଗୀୟ ଯୁବତୀଙ୍କୁ ଠକିଲେ ଓଡ଼ିଶା ଯୁବକ । ଏପରି ଏକ ନିନ୍ଦନୀୟ ଘଟଣାର ସୂଚନା ମିଳିଛି ସମ୍ବଲପୁର ଜିଲ୍ଲାରୁ । ସେଠାକାର ଏକ ଯୁବକ ବଙ୍ଗୀୟ ଯୁବତୀଙ୍କୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ କରିଛନ୍ତି ଏପରି ଠକେଇ ।

ଫ୍

ଘଟଣା ବିସ୍ତାରରେ , ପଶ୍ଚିମବଙ୍ଗ ଫୁଗଲି ଜିଲ୍ଲା ଦକ୍ଷିଣ ସୁବାସପଲ୍ଲୀରେ ରୁହନ୍ତି ସୋମାପୋଷ ଓ ତାଙ୍କ ବିଧବା ମାଆ । ସୋମା ମାଟ୍ରିମନି ସାଇଡ୍ ରେ ଭେଟନ୍ତି ରାହୁଲଙ୍କୁ । ସେଉଠୁ ଆରମ୍ଭ ହୁଏ ତାଙ୍କ ପ୍ରେମ ସମ୍ପର୍କ ।

ଓଡ଼ିଶା ସମ୍ବଲପୁର ଜିଲ୍ଲା ନୟାପଡ଼ାର ନିବାସୀ ଅଟନ୍ତି ରାହୁଲ । ରାହୁଲ ସୋମାଙ୍କୁ ପ୍ରେମ କରିବା ସହିତ ତାଙ୍କୁ ବିବାହ ହେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ରାହୁଲଙ୍କର ଯିବା ଆସିବା ଚାଲିଥିଲା ସୋମାଙ୍କ ଘରକୁ ।

ସୋମା ଧୀରେ ଧୀରେ ରାହୁଲଙ୍କୁ ଅତି ବିଶ୍ଵସ୍ତ ମନେ କରିବାରେ ଲାଗିଥିଲେ । ରାହୁଲ ସୋମାଙ୍କ ସରଳତାର ସୁଯୋଗ ନେଇ ବିଭିନ୍ନ ଆଳରେ ନିଜ ଅସୁବିଧାର ଆଳ ଦେଖାଇ ସୋମାଙ୍କ ଠାରୁ ପଇସା ଲୁଟିବାରେ ବ୍ୟସ୍ତ ଥିଲେ । ଏହି ପରି ଭାବେ ପ୍ରାୟ ୬୪ ଲକ୍ଷ ଟଙ୍କା ସେ ସୋମାଙ୍କ ଠାରୁ ନେଇ ସାରିଥିଲେ ।

Jubati

ଯାହା ପରେ ରାହୁଲ ଆଉ ଧରା ଛୁଆଁ ଦେଇ ନ ଥିଲେ ସୋମାଙ୍କୁ । ସୋମା ଯେତେ ଫୋନ୍ କଲେ ମଧ୍ୟ ସେ ଉଠାଇ ନ ଥିଲେ । ସୋମାଙ୍କ କହିବା ଅନୁସାରେ ସେ ବିଭିନ୍ନ ଲୋନ୍ କରି ରାହୁଲ୍ ଙ୍କୁ ଦେଇଥିଲେ । ସୋମା ଏବେ ମାଙ୍କୁ ନେଇ ରାହୁଲଙ୍କ ଘରକୁ ଯିବା ପରେ ସେଠାରେ ରାହୁଲ ତାଙ୍କୁ ମାଡ ମାରି ବିଦା କରି ଦେଇଥିଲେ । ଏ ନେଇ ଏବେ ଆଇନର ଦ୍ବାରସ୍ଥ ହୋଇଛନ୍ତି ସୋମା ।