ଦେଖନ୍ତୁ ଭିଡିଓ: ଗଣେଶ ପୂଜାରୁ ଯବାନଙ୍କ ଉପରେ ଥିଲା ରାଗ, ରାସ୍ତାରେ ଫେରିବା ବେଳେ ଜଗି ମାରିଦେଲେ ଗାଁ ପିଲା

 
Jawan

ଛତ୍ରପୁର ଯବାନ ଜେ. ଡିଲେଶ୍ୱର ପାତ୍ର ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଚମାଖଣ୍ଡି ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାଳିପଲ୍ଲୀ ଗ୍ରାମର ଜେ. କଲ୍ୟାଣୀ ପାତ୍ର, ସିଏଚ୍. ଶେଖର, ବି. ଚେନେୟା, ନିମଖଣ୍ଡି ଥାନା ଅଂଚଳର ବି. ବୁଲୁ ପାତ୍ର ଓ ସିଏଚ. ବିକି କୁମାର ପାତ୍ର । ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ଦୁଇଟି ଗାଡି ଜବତ ହୋଇଛି ।

Jawan

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋପାଳପୁରରେ । ଗତ କିଛି ଦିନ ତଳେ ଛତ୍ରପୁର ଅଞ୍ଚଳରେ ଯବାନ ଡିଲେଶ୍ୱର୍ ପାତ୍ର ଗୋପାଳପୁରରେ ଆୟୋଜିତ ଏକ କ୍ରିକେଟ ମ୍ୟାଚ୍ ରେ ଅତିଥି ହୋଇ ଯୋଗ ଦେଇଥିଲେ । ଯାହା ପରେ ହୋଇ ଯାଇଥିଲା ଏମିତି ସବୁ ।

ସୂଚନା ଅନୁସାରେ , ସେଠାରେ ତାଙ୍କର କୌଣସି କାରଣ ବଶତଃ ପରାଜିତ ଦଳର କିଛି ଖେଳାଳିଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯାହା ପରେ ପରାଜିତ ଖେଳାଳିମାନଙ୍କର ରାଗ ରହିଥିଲା ଡିଲେଶ୍ୱରଙ୍କ ଉପରେ । ଡିଲେଶ୍ୱର କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବା ବାଟରେ କିଛି ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏକ ସ୍ଥାନୀୟ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କ ଅବସ୍ଥା ଅଧିକ ଖରାପ୍ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲ୍ କୁ ସ୍ଥାନାନ୍ତରଣ କରା ଯାଇଥିଲା । ଶେଷରେ ବୁଧବାର ଦିନ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ଗିରଫ ୫ ଜଣଙ୍କ ମଧ୍ୟରେ ୩ ଜଣ କାଳୀପଲ୍ଲୀର ଜେ. କଲ୍ୟାଣୀ ପାତ୍ର, ବି. ଚେନେୟା ପାତ୍ର ଓ ସିଏଚ। ଶେଖର ପାତ୍ର ଏବଂ ଅନ୍ୟ ୨ ଜଣ ନିମଖଣ୍ଡି ଥାନା ଜଗନ୍ନାଥପୁର ଗାଁ ର ବି. ବୁଲୁ ପାତ୍ର ଓ ସିଏଚ. ଭିକି କୁମାର ପାତ୍ର ବୋଲି ଜଣାଯାଇଛି।