ଦେଖନ୍ତୁ ଭିଡ଼ିଓ: କ୍ୟାମେରା ଆଗରେ କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଲେ ଏହି ଯବାନ କହିଲେ,"ଏ ଦୁଃଖ ସହିହେବନି, ମୁଁ ଆତ୍ମହତ୍ୟା….

 
Soldier

ସୀମାରେ ନିଜ ଜୀବନକୁ ପାଣି ଛଡ଼ାଇ ଜଣେ ଯବାନ ଦେଶକୁ ସୁରକ୍ଷା ଦେଉଥିବା ବେଳେ ଘରେ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ତାଙ୍କ ବାପା ଓ ମାଆ। ଶେଷରେ କୌଣସି ଉପାୟ ନ ପାଇ ସୋସିଆଲ ମିଡିଆ ଜରିଆରେ ନିଜର ଦୁଃଖ ଓ ବେଦନା ପରିପ୍ରକାଶ କରିଛନ୍ତି ନନୀଗୋପାଳ ମହାପାତ୍ର ନାମକ ଏହି ଯବାନ। 

ନନୀଗୋପାଳଙ୍କ ଘର ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ତିନିଦେଶ ଗାଁରେ ହୋଇଥିବା ବେଳେ ଜମିଜମା ବିବାଦକୁ ନେଇ ପଡ଼ୋଶୀମାନେ ତାଙ୍କ ପରିବାର ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ଏହି କାରଣ ହେତୁ ସେ ଏତେ ମାତ୍ରାରେ ଅବସାଦଗ୍ରସ୍ତ ଅଛନ୍ତି ଯେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିବା ନନୀଗୋପାଳ ଭିଡ଼ିଓରେ ପ୍ରକାଶ କରିଛନ୍ତି। ଦେଖନ୍ତୁ ଭିଡ଼ିଓ:-

ନନୀଗୋପାଳଙ୍କ କହିବା ଅନୁଯାଇ ସେ ଘରେ ନଥିବା ଅବସ୍ଥାରେ ପଡ଼ୋଶୀମାନେ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଆଧାର କରି ପଡ଼ୋଶୀମାନେ ତାଙ୍କ ପରିବାରକୁ ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳି କରିଥିବା ଅଭିଯୋଗ ହୋଇଛି। ତେବେ, ନନୀଗୋପାଳଙ୍କ ଭିଡ଼ିଓ ଭାଇରାଲ ହେବାପରେ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ନୀଳଗିରି ଏସଡ଼ିପିଓ। ଏଥିସହିତ ଘଟଣାର ସଠିକ ତଦନ୍ତ ହେବା ସହ ନନୀଗୋପାଳଙ୍କ ପରିବାରକୁ ସୁରକ୍ଷା ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ନୀଳଗିରି ଏସଡ଼ିପିଓ।

From around the web