ଦେଖନ୍ତୁ ଭିଡ଼ିଓ: ସାହାଯ୍ୟ କରିବା ନାଁରେ ଲଜ୍ୟା! ପିଣ୍ଟୁ ନନ୍ଦଙ୍କୁ ଚେକ୍ ଦେଇ ଠକିଦେଲେ ଏହି ଓଡ଼ିଆ ପ୍ରଯୋଜକ….

 
Check bounce

ସାହାଯ୍ୟ କରିବା ନାଁରେ ଲଜ୍ୟା! ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଥିବା ବେଳେ ଚିକିତ୍ସା ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ହେଉଛି। ଯେଉଁଥିପାଇଁ ପିଣ୍ଟୁଙ୍କ ପରିବାର ଲୋକେ କ୍ରାଉଡ୍ ଫଣ୍ଡିଂର ସହାୟତା ନେଉଛନ୍ତି। 

Pintu nanda

ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତର ଅନେକ କଳାକାର ପିଣ୍ଟୁଙ୍କ ପାଇଁ ସହାୟତାର ହାତ ବଢ଼ାଇଥିବା ବେଳେ ବେଳେ କିଛି ଖଳ ପ୍ରକୃତିର ଲୋକେ ଏହାକୁ ନିଜ ପବ୍ଲିସିଟି ପାଇଁ ବ୍ୟବହାର କରୁଛନ୍ତି। ଓଡ଼ିଆ ସିନେମାର ଜଣେ ପ୍ରଯୋଜକ ପିଣ୍ଟୁଙ୍କୁ ୫୦ ହଜ଼ାର ଟଙ୍କାର ଚେକ୍ ଦେଇଥିବା ବେଳେ ଏହା ବାଉନ୍ସ ହୋଇଯାଇଥିବା ଅଭିଯୋଗ ହୋଇଛି।ଅଭିନେତା ବବି ମିଶ୍ର ଏଥିନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସମ୍ପୃକ୍ତ ପ୍ରଯୋଜକ ଜଣକ ନିଜେ ପିଣ୍ଟୁଙ୍କ ହାତରେ ଚେକ୍ ଦେଉଥିବାର ଦୃଶ୍ୟ ମଧ୍ୟ ଭାଇରାଲ ହେଉଛି। ଦାଦା ପୁତୁରା ସମ୍ପର୍କ ଦର୍ଶାଇ ସେ ଚେକ୍ ପ୍ରଦାନ କରୁଥିବା ବେଳେ ଏହା ବାଉନ୍ସ ହୋଇଯିବା ପରେ ଫୋନ ଉଠାଇନଥିଲେ। କେବଳ ସେତିକି ନୁହେଁ ପରେ ଏଥିନେଇ ପଚରା ଯିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।