ସୋସିଆଲ୍ ମିଡିଆ ସେନସେସନ୍ ମୌସୁମୀ ନାୟକ, ଦେହ ଦେଖାଇ ବ୍ଲାକମେଲ୍ କରି ମାଗୁଥିଲେ ଟଙ୍କା, ଜାଣନ୍ତୁ ପୁରା ଖବର

 
Mousumi Nayak

ଅଭିନେତ୍ରୀ ବନାମ ଲେଖିକା ବିବାଦ । କିଛି ଦିନ ତଳେ ଉଠିଥିବା ଛୁଙ୍କ ଏବେ ଏକ ନୂଆ ରୂପ ନେଇଛି । ଅଭିନେତ୍ରୀ ମୌସୁମୀ ନାୟକଙ୍କ ଉପରେ ପୋଲିସ୍ ଆରମ୍ଭ କରିଛି ତଦନ୍ତ । ଘଟଣାର ସ୍ପଷ୍ଟତା ଏବେ ବି ସଂପୂର୍ଣ୍ଣ ଲୁକ୍କାୟିତ ରହିଥିବା ବେଳେ ଦୁହେଁ କିନ୍ତୁ ଦୁହିଁଙ୍କୁ ବେଶ୍ ସଫେଇ ଦେବାରେ ବ୍ୟସ୍ତ ରହିଛନ୍ତି ।

Mousumi

ଲେଖିକା ବନସ୍ମିତା ପତି ଓ ଅଭିନେତ୍ରୀ ମୌସୁମୀ ନାୟକଙ୍କ ମଧ୍ୟରେ ବିବାଦ ଆପଣ ମାନଙ୍କ ପାଇଁ ନୂଆ ନୁହେଁ ମାତ୍ର ଏହି ବିବାଦ ଘେରରେ ପୋଲିସ ଗିରଫ କରିଛି ମୌସୁମୀଙ୍କୁ ।

କାରଣ ହେଉଛି ଆର୍ଥିକ କାରବାର । କେବଳ ସେତିକି ନୁହେଁ ମୌସୁମୀଙ୍କ ନାଁରେ ଆଇପିସି ଧାରା ୩୮୫ , ୨୯୪ , ୫୦୬ ଓ ୫୦୭ ଭଳି ସଙ୍ଗୀନ ଦଫା ଜାରି କରାଯାଇଛି । 

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ପ୍ରାୟ ୧୨ ବର୍ଷ ତଳେ ସାକ୍ଷାତ ହୋଇଥିଲେ ମୌସୁମୀ ଓ ବନସ୍ମିତା । ସେତେବେଳେ ବନସ୍ମିତା ଙ୍କ ନୃତ୍ୟ ଗୁରୁ ଥିଲେ ମୌସୁମୀ । ହେଲେ ସେ ସମ୍ପୂର୍ଣ ବେଶୀ ଦିନ ରହି ନ ଥିଲେ । ନିକଟରେ ଲକ୍ ଡାଉନ୍ ସମୟରେ ମୌସୁମୀ ପୁଣି ରାଜ୍ୟକୁ ଫେରି ଥିଲେ । ତାହା ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଆଉ ଏକ ନୂଆ ସମ୍ପର୍କ । 

Mousumi

ଯାହା ପରେ ମୁଣ୍ଡ ଟେକି ଥିଲା ଆଉ ଏକ ବିବାଦ । ମୌସୁମୀ ହଠାତ୍ ବନସ୍ମିତା ଙ୍କ ନାଁରେ ଥାନାରେ ଅଭିଯୋଗ ଏତଲା ଦେବା ସହିତ ମିଡ଼ିଆ ଆଗରେ ମଧ୍ୟ ବନସ୍ମିତା ଙ୍କ ନାଁରେ ଅନେକ ବେଆଇନ୍ କାରବାର ରହିଛି ବୋଲି କହିଥିଲେ । ଯାହା ପରେ ବନସ୍ମିତା ମଧ୍ୟ ଇନଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ । ଯାହା ପରେ ପୋଲିସ ଘଟଣାର ତଦନ୍ତ କରିବା ପାଇଁ ମୌସୁମୀ ନାୟକଙ୍କୁ ଗିରଫ କରିଛି ।