ଦେଖନ୍ତୁ ଭିଡିଓ: ‘ମୁଁ କଷ୍ଟ ସହିଛି ଆଉ କିଏ ଭୋଗନ୍ତୁନି, କର୍କଟ ରୋଗ ଯୋଗୁ ମୋ ମୁହଁ ବଙ୍କା ହୋଇଯାଇଛି’ - ସାତ୍ୟକି ମିଶ୍ର

 
Satwik mishra

ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର। ମୁଖ ଅପରେସନ ହେବା ପରେ ଲୋକମାନଙ୍କୁ ତମ୍ବାଖୁ ସେବନ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି , ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡ଼ିତ ହୋଇ ଅନେକ କଷ୍ଟ ପାଇଛନ୍ତି।

Satwik mishra

ପ୍ରାୟ ଏକ ବର୍ଷ ଧରି ମୁଖ ଗହ୍ୱର କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ଓଡ଼ିଆ ଅଭିନେତା ସାତ୍ୟକି ମିଶ୍ର । ଗତବର୍ଷ ତାଙ୍କ ମୁହଁ ଅପରେଶନ ହେବା ପରେ ବର୍ତ୍ତମାନ ସାମାନ୍ୟ ବଙ୍କା ରହିଛି ମୁହଁ I ଏହା ପରେ ଲୋକମାନଙ୍କୁ ତମ୍ବାଖୁ ସେବନ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଆଉ କାହାକୁ ମୋ ଭଳି କଷ୍ଟ ନ ମିଳୁ ବୋଲି କହିଲେ ଅଭିନେତା ସାତ୍ୟକି ମିଶ୍ର । ନିଜ ସୋସିଆଲ ମିଡିଆରେ ସେ ଏହା କହିଛନ୍ତି ।

ସେ କହିଛନ୍ତି କି, ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡିତ ହୋଇ ଅନେକ କଷ୍ଟ ପାଇଛନ୍ତି । ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନଦେବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି, ମୁଁ ଆଶା କରୁଛି ସମସ୍ତେ ମୋ ଅନୁରୋଧ ରକ୍ଷା କରିବେ ବୋଲି ମୋର ଆଶା ।

ସୂଚନା ଥାଉକି ଓଡିଆ ଚଳଚିତ୍ରର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧ ବର୍ଷ ତଳେ ତାଙ୍କର ମୁହଁ ଅପରେଶନ ହୋଇଛି। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି। ଖାସ୍ କରି ମାଦକ ଦ୍ରବ୍ୟ ସେବନ ଓ ତବାଖୁ ସେବନ ନକରିବା ପାଇଁ ସମସ୍ତଙ୍କୁ ନିବେଦନ। ମୁଁ କଷ୍ଟ ସହିଛି, ଦୁଃଖ ଭୋଗିଛି । ଆଉ କାହାକୁ ମୋ ଭଳି କଷ୍ଟ ନ ମିଳୁ ବୋଲି କହିଲେ ଅଭିନେତା ସାତ୍ୟକି ମିଶ୍ର ।