ଆସୁଛି ଅକ୍ଟୋବର ବାତ୍ୟା ର ଜନ୍ମ ମାସ! ଆଗରୁ ଜାଣନ୍ତୁ କିପରି ରହିବ ପାଣିପାଗ

 
Batya

ଆସୁଛି ଅକ୍ଟୋବର ମାସ , ବାତ୍ୟା ର ଜନ୍ମ ମାସ । ତେବେ ଆସନ୍ତୁ ଜାଣିବା କିଭଳି କଟିବାକୁ ଯାଉଛି ୨୦୨୩ ମସିହାର ଅକ୍ଟୋବର ମାସ। ଯାହାକୁ ନେଇ ପୂର୍ବରୁ ସୂଚନା ଯାରିକରିଛନ୍ତି ପାଣିପାଗ ବିଭାଗ। ତେବେ କୁହାଯାଉଛି ଯେ ଆଗାମୀ ଅକ୍ଟୋବର ମାସରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେବଳ ସେତିକି ନୁହେଁ ମାସର ଆଗମନରେ ହିଁ ହୋଇପାରେ ବାତ୍ୟା।

ପାଣିପାଗ ଆକଳନ ସଂସ୍ଥା ଏନସେପ, ଜିଏଫଏସ୍ ଏନକାନ ଓ ୟୁରୋପିଆନ ମଡେଲର କହିବା ଅନୁସାରେ ସେପ୍ଟେମ୍ବର ଶେଷ ଆଡକୁ ସୃଷ୍ଟି ହୋଇପାରେ ବାତ୍ୟା ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର। ଯାହା ୨୮ ସେପ୍ଟେମ୍ୱର ସୁଧା ଅବପାତର ରୂପ ନେବା ସହିତ  ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଅଗ୍ରସର ହେବ।

Cyclone

ଜିଏଫେସ ର ସୂଚନା ଅନୁସାରେ ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପାଗରରେ ଅବପାତ ସୃଷ୍ଟି ହେବ। ଯାହାକି ଆଗାମୀ ତିନିରୁ ଚାରିଦିନ ମଧ୍ୟରେ ଅଧିକ ଘନୀଭୂତ ହେବା ସହିତ ପଶ୍ଚିମ - ଉତ୍ତର - ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଅଞ୍ଚଳରେ ବାତ୍ୟାର ରୂପ ନେବ।

ଏହି ବାତ୍ୟାଟିର ଓଡ଼ିଶା ମୁହାଁ ହେବାର ସମ୍ଭାବନା ବେଶ୍ ଅଧିକ ରହିଛି। ମାତ୍ର IAMD ର ସୂଚନା ଅନୁଯାୟୀ ବଙ୍ଗୋସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଅଧିକ ଘନୀଭୂତ କିମ୍ବା ବାତ୍ୟାରେ ପରିଣତ ହେବାର ଖୁବ୍ କମ୍ ସମ୍ଭାବନା ରହିଛି।