ଶାରିରୀକ ସମ୍ପର୍କ ରଖି ପ୍ରେମିକାର ଅଶ୍ଲୀଳ ଭିଡିଓ କଲା ଭାଇରାଲ, ଜୀବନ ହାରିଦେଲା ପ୍ରେମିକା, ଜାଣନ୍ତୁ ପୁରା ଘଟଣା

 
Jubati

ଶାରିରୀକ ସଂପର୍କ ରଖି ପ୍ରେମିକାର ଅଶ୍ଳୀଳ ଭିଡିଓ ଓ ଫୋଟ କରିଥିଲା ଭାଇରାଲ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଭଦ୍ରଶିଳ ଥାନା ପୋଡ଼ାମରାଇ ଗାଁରେ। ଏହି ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଅନିଲ ସେଠୀ ନାମକ ଜଣେ ଯୁବକ ମିଛ ପ୍ରେମ ଜଲାରେ ଫସେଇବା ସହିତ ଜୋର୍ ଜବରଦସ୍ତି ଶାରିରୀକ ସଂପର୍କ ରଖିଥିଲା। 

ଏହାପରେ ଅନ୍ତରଙ୍ଗ ମୂହୁର୍ତ୍ତ ଫୋଟ ଏବଂ ଭିଡିଓ ଅନିଲ ନିଜ ମୋବାଇଲରେ ଉଠାଇଥିଲେ। ବିଭିନ୍ନ ପ୍ରକାର ଅଶ୍ଳୀଳ ଫୋଟ ଓ ଭିଡ଼ିଓ ଉତ୍ତୋଳନ କରିଥିଲା ପ୍ରେମିକାର। ଝିଅର ଘର ଲୋକେ ଏହି ମିଛ ପ୍ରେମ ସଂପର୍କକୁ ଜାଣିବା ପରେ ଝିଅକୁ ଘରଠାରୁ ଦୂରରେ ରଖିଥିଲେ। ଝିଅ ବଦଳି ଯିବ ବୋଲି ଭାବିଥିଲେ। ପାରାଦ୍ଵୀପ ଠାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ କିଛିଦିନ ହେବ ଝିଅକୁ ଛାଡ଼ି ଦେଇଥିଲେ। 

Thana

ହେଲେ ହଠାତ୍ ଖବର ଆସିଥିଲା ଝିଅର ଜୀବନ ଚାଲି ଯାଇଛି ବୋଲି। ଆଉ ଏହାକୁ ଶୁଣିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ତେବେ ସୂଚନା ଅନୁସାରେ ଘରୁ ଝିଅକୁ ଅନ୍ୟତ୍ର ପଠାଇବାର ଖବର ପାଇଁ ସଂପୃକ୍ତ ଯୁବକ ଅନିଲ ସେଠୀ ଯୁବତୀଙ୍କ ପରିବାରକୁ ଧମକଚମକ ଦେବା ସହିତ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫୋଟ ଓ ଭିଡ଼ିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିଥିଲା। 

ଆଉ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଓ ଭିଡ଼ିଓ ଭାଇରାଲ ହେବାର ଦେଖି ଯୁବତୀ ଜଣଙ୍କ ଲୋକ ଲଜ୍ଜ୍ୟା ଭୟରେ ଜୀବନ ହାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ପରିବାରଙ୍କ ପକ୍ଷରୁ ଭଦ୍ରଶିଳ ଥାନାରେ ଏନେଇ ଲିଖିତ ଅଭିଯୋଗ ହେଇଥିବା ବେଳେ ଅଭିଯୋଗକୁ ଆଧାର କରି ଭଦ୍ରଶିଳ ପୋଲିସ ଏକ ମାମଲା ରୁଜୁ କରି ଅନିଲ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।